Odisha Link
Bridging the Missing Links in Odisha

ସରକାରଙ୍କ ନିୟନ୍ତ୍ରଣରେ ନାହିଁ ଆଇନଶୃଙ୍ଖଳା ସ୍ଥିତି: ପ୍ରସନ୍ନ ଆଚାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ବିଜେଡିର ସମାଲୋଚନା। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ଅଭିଯୋଗ କରି ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ସରକାର ଏଥିରେ ବିଫଳ ହୋଇଛନ୍ତି। ରାଜଧାନୀ ସମେତ ସାରା ରାଜ୍ୟ ଆଇନ ଶୃଙ୍ଖଳା ଭୁଶୁଡ଼ିଛି। ବିଧାନସଭା ଭିତରେ ଆଉ ବାହାରେ ପୁଲିସ କର୍ତ୍ତୁତ୍ୱ ଦେଖାଉଛନ୍ତି। ଭୁବନେଶ୍ୱରର ଭରତପୁର ଓ କବିସୂର୍ଯ୍ୟନଗର ଘଟଣା ଏହା ପ୍ରମାଣିତ କରୁଛି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେ କହିଛନ୍ତି, ପ୍ରତି କଥାରେ ରାଜନୈତିକ ହସ୍ତକ୍ଷେପ ରହୁଛି। ସରକାରୀ ଦଳର ସାଧାରଣ କର୍ମୀ ପୋଲିସ କାମରେ ହସ୍ତକ୍ଷେପ କରୁଛନ୍ତି। ପୁଲିସ ସ୍ୱାଧୀନ ଭାବେ କାମ ନ କଲେ ଅପରାଧ ବଢ଼ିବ। ସରକାରୀ ଦଳ ନିଜ ଆଡୁ ଦେଖିବା କଥା ଯେ ପୁଲିସ ଉପରେ ଚାପ ନ ପକାନ୍ତୁ। ପୁଲିସ ଵି ଅପରାଧରେ ସମ୍ପୃକ୍ତ ରହୁଥିବା ରିପୋର୍ଟ ଆସୁଛି। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି। ତେଣୁ ଲୋକ ଅପରାଧ କରୁଛନ୍ତି। ବହୁ କଷ୍ଟରେ ଶାସନକୁ ଆସିଛନ୍ତି। ସେମାନେ ନିଜ କର୍ମୀଙ୍କୁ ପୁଲିସ ଉପରେ ହସ୍ତକ୍ଷେପ ଉପରୁ ନିବୃତ ରଖିବା କଥା, ନ ହେଲେ ଆଇନ ଶୃଙ୍ଖଳା ସ୍ଥିତି ଆହୁରି ବିଗିଡିବ।

Leave A Reply

Your email address will not be published.