Odisha Link
Bridging the Missing Links in Odisha

ଜାତୀୟ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ସଫଳତାର ଆଉ ଏକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ ଦ୍ବାରା ବୈଶ୍ବିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା (Intangible Cultural Heritage of Humanity) ପ୍ରଦାନ ନେଇ ପ୍ରଥମ ସୋପାନ ସଫଳତାର ସହ ଅତିକ୍ରମ ହୋଇଛି। UNESCO ମାନ୍ୟତା ସକାଶେ ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଙ୍ଗୀତ ନାଟକ ଅକାଦେମୀର ଜାତୀୟ ଐତିହ୍ଯ ତାଲିକାଭୁକ୍ତ ହେବାକୁ ପଡୁଥିବା ବେଳେ ଆଜି ବିଧିବଦ୍ଧ ଭାବେ ରଥଯାତ୍ରା ତାଲିକାଭୁକ୍ତ ହୋଇଛି। ଏହା ସହ କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି।

ସୂଚନା ଅନୁସାରେ, ବୈଶ୍ବିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପାଇଁ ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠିକଣା ସମୟରେ ନାମାଙ୍କନ ପତ୍ର (Nomination Dossier) ଦାଖଲ ହୋଇଥିଲା। ଗଜପତି ମହାରାଜାଙ୍କ ମାର୍ଗଦର୍ଶନ ତଥା ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଅନୁସାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ବରେ କମ୍ ଅବଧି ମଧ୍ୟରେ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ମହାପ୍ରଭୁଙ୍କ ସେବକମାନେ ମଧ୍ୟ ଏଥିଲାଗି ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ। ଏଥିପାଇଁ ସମସ୍ତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ, ସେବକଙ୍କ ସହ ସହଯୋଗର ହାତ ବଢ଼ାଇଥିବା ବ୍ୟକ୍ତି ତଥା ଅନୁଷ୍ଠାନଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି।

 

Leave A Reply

Your email address will not be published.