Odisha Link
Bridging the Missing Links in Odisha

ଉତ୍କଳ ଦିବସରେ ବଡ଼ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ‘ଉତ୍କଳ ଦିବସ’ର ଶୁଭେଚ୍ଛା ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ହଜ୍‌ଖାସ୍‌ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦର୍ଶନ ପରେ ଶୁଭେଚ୍ଛା ଜଣାଇଲେ। ଶୁଭେଚ୍ଛା ଜଣାଇବା ସହ ରେଖା ଗୁପ୍ତ କହିଛନ୍ତି, ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବ। ଆଗାମୀ ଦିନରେ ଧୂମଧାମରେ ପାଳନ ହେବ ଓଡ଼ିଶା ପର୍ବ। ରାଜଧାନୀର ଛାତି ଉପରେ ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ। ଉତ୍କଳ ଦିବସରେ ଏନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଓଡ଼ିଶା ଦିବସ ଅବସରରେ ଦିଲ୍ଲୀ ପର୍ଯ୍ୟଟନ ମନ୍ତ୍ରୀ କପିଳ ମିଶ୍ର, ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ପାଳନ ହେବ ଓଡ଼ିଶା ଦିବସ।

ତେବେ ଉତ୍କଳ ଦିବସ ଅବସରରେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂର୍ଜାର୍ଚ୍ଚନା କରି ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଆ ଏବଂ ଦିଲ୍ଲୀରେ ବସବାସ କରୁଥିବା ଓଡ଼ିଆ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କର ବିକାଶ ଏବଂ ସମୃଦ୍ଧି କାମନା କରିଛନ୍ତି ରେଖା ଗୁପ୍ତା।

Leave A Reply

Your email address will not be published.