Odisha Link
Bridging the Missing Links in Odisha

ଓଡ଼ିଶା ବିକାଶର ନୂଆ ଯୁଗକୁ ନେଇ ଚର୍ଚ୍ଚା, ନବୀନଙ୍କ ବୟାନର ଜବାବ ଦେଲେ ଆଇନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଉତ୍କଳ ଦିବସ। ରାଜ୍ୟବ୍ୟାପୀ ମହାସମାରୋହରେ ଏହା ପାଳନ କରାଯାଉଛି। ରାଜ୍ୟର କଲା, ସଂସ୍କୃତି ଓ ବାଷ୍କର୍ଯ୍ୟକୁ ଲୋକାଭିମୁଖୀ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ବିରୋଧୀ ଶାସକ ଦଳ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ଓଡ଼ିଶା ଆଜି ଏକ ମଜଭୁତ ଭିତ୍ତିଭୂମି ଉପରେ ଆଗକୁ ବଢିଛି। ଓଡ଼ିଶାର ବିକାଶକୁ କେହି ରୋକିପାରିବେ ନାହିଁ। କିଛି ବର୍ଷ ପରେ ଆମେ ସ୍ବତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓଡ଼ିଶାକୁ ଏସିଆର ଏକ ନମ୍ବର ରାଜ୍ୟ କରିବା। ସମସ୍ତଙ୍କ ସହଯୋଗ ରହିଲେ ଏହି ଲକ୍ଷ୍ୟ ନିଶ୍ଚୟ ପୂର୍ଣ୍ଣ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶର ନୂଆ ଯୁଗ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା, ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା, ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ଉପରେ ଗବେଷଣା କରିବା ଲାଗି ଚେୟାର ପ୍ରତିଷ୍ଠା ହୋଇଛି। କୃଷିଭିତ୍ତିଭୂମି, ଅର୍ଥନୀତି, ନିର୍ବେଶ, ବିପର୍ଯ୍ୟୟ ପରିଚାଳନା,ଶିକ୍ଷା, ସ୍ବାସ୍ଥ୍ୟ ସହିତ ବିକାଶ ସମ୍ଭବ ହୋଇିଥିଲା। ଏ ସବୁଥିରେ ଓଡ଼ିଶା ଆଗରେ ରହିଥିଲା। ନବୀନଙ୍କ ୨୦୨୪ ଯାଏଁ ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ ଥିଲା କହିବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢିଛି। ନବୀନଙ୍କ ଏହି ବୟାନ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା ଜବାବ ଦେଇ କହିଛନ୍ତି, ୨୪ ବର୍ଷ ସରକାରରେ ଓଡ଼ିଶାକୁ କେତେ ବର୍ଷ ପଛକୁ ନେଇଛନ୍ତି ରାଜ୍ୟବାସୀ ଦେଖିଛନ୍ତି।

Leave A Reply

Your email address will not be published.