ଅଧିକ ଦାନ ପାଇଥିବା ତାଲିକାର ସର୍ବୋଚ୍ଚ ସ୍ଥାନରେ ସିଦ୍ଧି ବିନାୟକ ମନ୍ଦିର

ଓଏଲ୍ ବ୍ୟୁରୋ: ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ବାର୍ଷିକ ଦାନରୁ ମିଳିଲା ୧୩୩ କୋଟି। ଏହି ମନ୍ଦିରକୁ ନଗଦ ଦାନ ସହ ଦେଶବିଦେଶରୁ ଅନଲାଇନ ଦାନ ମଧ୍ୟ ମିଳିଥାଏ। ପ୍ରସିଦ୍ଧ ସିଦ୍ଧି ବିନାୟକଙ୍କ ଭକ୍ତଙ୍କ ତାଲିକା କିଛି କମ ନୁହେଁ। ସାଧାରଣ ଭକ୍ତଠୁ ନେଇ ସେଲିବ୍ରେଟି। ଆଶୀର୍ବାଦ ପାଇଁ ଗଣପତିଙ୍କ ଶରଣାପନ୍ନ ହୁଅନ୍ତି।
୨୦୨୪-୨୫ରେ ସବୁଠୁ ଅଧିକ ଦାନ ପାଇଥିବା ମନ୍ଦିର ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିଛି ସିଦ୍ଧି ବିନାୟକ। ମନ୍ଦିର ଟ୍ରଷ୍ଟର ସୂଚନା ଅନୁସାରେ, ଚଳିତ ବାର୍ଷିକ ଦାନରୁ ୧୩୩ କୋଟି ମିଳିଲା। ଗତବର୍ଷ ତୁଳନାରେ ୧୫ ପ୍ରତିଶତ ଦାନ ବୃଦ୍ଧି ହୋଇଛି।
୨୦୨୩-୨୪ ବର୍ଷରେ ୧୧୪ କୋଟି ଥିବାବେଳେ ୧୩୩ କୋଟି ଟଙ୍କା ଏଥରକ ମିଳିଛି। ଅନୁମାନ କରାଯାଉଛି,୨୦୨୫-୨୬ ରେ ଏହା ଦେଢ ଶହ କୋଟି ପାର ହୋଇପାରେ।