ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍-୨୦୨୪ ପାରିତ, ଜାଣନ୍ତୁ କ’ଣ ରହିଛି ଏହି ବିଲ୍ରେ..

ଓଏଲ୍ ବ୍ୟୁରୋ: ବିଧାନସଭାରେ ପାରିତ ହୋଇଛି ବିଶ୍ୱବିଦ୍ୟାଳୟ ବିଲ୍। ରାତି ଅନିଦ୍ରା ହୋଇ ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା। ଅପରାହ୍ଣ ୪ଟାରୁ ଭୋର ୪ଟା ୩୦ମିନିଟ ପର୍ଯ୍ୟନ୍ତ ଜୋରଦାର ବିତର୍କ ହେଲା। ବିରୋଧୀ ଦଳ ବିଧାୟକ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରୁଥିବା ବେଳେ ଶାସକ ଦଳର ବିଧାୟକ ପାରିତ ହେବା ନେଇ ଯୁକ୍ତି ବାଢିଥିଲେ । ମୂଳ ବିଲରେ ମୋଟ ୧୮ଟି କ୍ଲଜ ଏବଂ ଗୋଟିଏ ଅନୁସୂଚୀ ରହିଥିବାବେଳେ, ବିରୋଧୀ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ରେ ୧୨ଟି କ୍ଲଜରେ ସଂଶୋଧନ ପ୍ରସ୍ତାବ ରଖିଥିଲେ।
ପ୍ରତ୍ୟେକ ସଂଶୋଧନ ପ୍ରସ୍ତାବ ଉପରେ ବିରୋଧୀ ଦଳ ପକ୍ଷରୁ ଶଙ୍କା ଆଶଙ୍କା ପ୍ରକାଶ କରି ସରକାରଙ୍କୁ ସ୍ପଷ୍ଟୀକରଣ ମଗାଯିବା ସହ ସରକାରଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା। ପରିଶେଷରେ ବିରୋଧୀ ସଦସ୍ୟଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା। ଅନ୍ୟପଟେ ଆଜି ସକାଳେ ବିଧାନସଭାରେ ଆଲୋଚନା ପରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ୨୦୨୫ ମଧ୍ୟ ପାରିତ ହୋଇଯାଇଛି।
ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୪ରେ କଣ ରହିଛି ଜାଣନ୍ତୁ..
ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୪ ଅନୁସାରେ, ବିଶ୍ୱ ବିଦ୍ୟାଳୟରେ ପୁଣି ଫେରିବ ସିନେଟ ବ୍ୟବସ୍ଥା, କୂଳପତିଙ୍କ ଅବସରର ୬ମାସ ପୂର୍ବରୁ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ବିଶ୍ଵବିଦ୍ୟାଳୟର ପ୍ରଫେସର, ସହକାରୀ ପ୍ରଫେସର କୁଳପତି ନିଯୁକ୍ତ କରିବେ। କୁଳପତି ନିଯୁକ୍ତି କମିଟିରେ ରହିବେ ୩ ଜଣ ସଦସ୍ୟ। କୁଳାଧିପତିଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ, ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଅଧକ୍ଷଙ୍କ ମନୋନୀତ ପ୍ରାର୍ଥୀ। ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ଦ୍ୱାରା ମନୋନୀତ ପ୍ରାର୍ଥୀ, ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ ଗଠନ କରାଯିବ। ଜଣେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ସହ ୧୭ ଜଣ ଶିକ୍ଷାବିତ୍ ସଦସ୍ୟ ରହିବେ।
କମିଟି ଦ୍ୱାରା ୩ଟି ନାମ ଚୟନ ପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କୌଣସି ମାମଲା ନଥିବା ନେଇ ସ୍ପଷ୍ଟ କରାଯିବ। ୭୦ ବର୍ଷ ପର୍ଯ୍ୟନ୍ତ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇପାରିବ। ପୁନଃ ନିଯୁକ୍ତି ମାତ୍ର ଥରେ ପାଇ ପାରିବେ। କୁଳାଧିପତି ଚାହିଁଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆଉଥରେ ସେହି ପ୍ରକ୍ରିୟାରେ ନିଯୁକ୍ତି ହୋଇପାରିବେ। କୁଳପତି ଛୁଟିରେ ଗଲେ ବରିଷ୍ଠ ପ୍ରଫେସର ଦାୟିତ୍ୱରେ ରହିବେ। କୁଳପତି କିଛି ପରିଚାଳନାରେ ତ୍ରୁଟି କଲେ, କାରଣ ଦର୍ଶାଅ ନିର୍ଦେଶ ଜାରି କରିବେ କୁଳାଧିପତି। ନିର୍ଦେଶ ଜାରି ପୂର୍ବରୁ କୁଳାଧିପତି ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବେ। ନିଲମ୍ବନ ପୂର୍ବରୁ ଅଭିଯୋଗର ତଦନ୍ତ କରାଯିବ।