Odisha Link
Bridging the Missing Links in Odisha

ଖଣି ଚୋରି ମାମଲା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ କୁସୁମ ଟେଟେ

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ ଖଣି ଚୋରି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ବିଧାୟିକା କୁସୁମ ଟେଟେ। ଖଣି ଚୋରି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଅଭିଯୋଗ। ସୁନ୍ଦରଗଡ଼ ହେମଗିରିରେ ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ କୁସୁମ ଟେଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତଦନ୍ତ ପାଇଁ ଦାବି କରିଛନ୍ତି।

ଏହି ଖଣି ଚୋରି ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି କୁସୁମ ଟେଟେ। ବର୍ଷ ବର୍ଷ ଧରି ସୁନ୍ଦରଗଡ଼ରେ କଳା ହୀରାର କଳା କାରବାର ଚାଲିଛି। ଏଥିରେ ବଡ଼ ବଡ଼ ମାଫିଆ, କିଛି ବରିଷ୍ଠ ରାଜନେତା ଓ ସରକାରୀ ବାବୁ ସାମିଲ ଥିବାରୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ପୂର୍ବତନ ବିଧାୟିକା କୁସୁମ ଟେଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

Leave A Reply

Your email address will not be published.