ବଢ଼ିବ ପେଟ୍ରୋଲ ଓ ଡିଜେଲ୍ ଦର!

ଓଏଲ୍ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ବଢିପାରେ ପେଟ୍ରୋଲ ଓ ଡିଜେଲ୍ ଦାମ୍। ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇପାରେ ବୃଦ୍ଧି ସମ୍ଭାବନା। ତେବେ ଅନେକ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ୍ ଦର ସ୍ଥିର ରହିଥିଲା। ହେଲେ ପୁଣି ଏବେ ଦର ବଢିବାକୁ ଯାଉଥିବାରୁ ସାଧାରଣ ଜନତା ଚିନ୍ତାରେ ପଡ଼ିଛନ୍ତି। କାରଣ ପେଟ୍ରୋଲ ଓ ଡିଜେଲ ଦର ବଢିଲେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢିବ। ଯାହା ସିଧାସଳଖ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ। ଏକ୍ସାଇଜ ଡ୍ୟୁଟି ୨ ଟଙ୍କା ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିବା ପରେ ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହୋଇପାରେ।