Odisha Link
Bridging the Missing Links in Odisha

ୱାକଫ୍‌ ବିଲ୍‌ ସପକ୍ଷରେ ସସ୍ମିତଙ୍କ ସମର୍ଥନ ପ୍ରସଙ୍ଗ: ବଡ଼ ବୟାନ ଦେଲେ ସାଂସଦ

ଓଏଲ୍ ବ୍ୟୁରୋ: ରାଜ୍ୟ ରାଜିନୀତିରେ ଚହଳ ପକାଇଛି ସସ୍ମିତଙ୍କ ସମର୍ଥନ। ସଂସଦରେ ଗୁରୁବାର ରାତିରେ ୱାକଫ୍‌ ବିଲ୍‌ ଗୃହୀତ ହେଲା ପରେ ଶୁକ୍ରବାର ଦିନ ବିଜୁ ଜନତା ଦଳ (ବିଜେଡି)ରେ କମ୍ପନ ସୃଷ୍ଟି ହୋଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର ୱାକଫ୍‌ ବିଲ୍ ସପକ୍ଷରେ ଭୋଟ୍‌ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥା ‘ଏଏନ୍‌ଆଇ’କୁ ପ୍ରତିକ୍ରିୟା ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେ ବିଲକୁ ସମର୍ଥନ କରିଛନ୍ତି। ଓ୍ୱାକଫ୍‌ ବିଲ୍ ସପକ୍ଷରେ ଭୋଟ ଦେଇ ବିବାଦରେ ଥିବା ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ଅନ୍ୟପଟେ, ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ସାଂସଦ ମୁନା ଖାନ୍‌। ସେ କହିଛନ୍ତି, ଦଳରେ ଦୋମୁହାଁ ନୀତି ଚଳିବ ନାହିଁ। ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ, ଦୋମୁହାଁ ନୀତି ଚଳିବନି। ମୁଁ ସିଧା ଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି। ସଂସଦୀୟ ବୋର୍ଡ ବୈଠକରେ ବିଲ୍‌କୁ ବିରୋଧ ନିଷ୍ପତ୍ତି ହୋଇଥିଲା। ବିଲ୍‌ ବିରୋଧରେ ଭୋଟ୍‌ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ। ସସ୍ମିତ କାହିଁକି ଟ୍ବିଟ୍‌ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି ବୋଲି ସାଂସଦ ମୁନା ଖାନ୍‌ କହିଛନ୍ତି।

Leave A Reply

Your email address will not be published.