Odisha Link
Bridging the Missing Links in Odisha

କଳିଙ୍ଗ ନାବିକ କୁଟୁମ୍ବ ପକ୍ଷରୁ ଜାତୀୟ ସାମୁଦ୍ରିକ ଦିବସ ପାଳିତ

ଓଏଲ୍‌ ବ୍ୟୁରୋ: ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ତଥା ଆର୍ଥିକ ବିକାଶରେ ଜାହାଜ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଦେଶରେ ପ୍ରତିବର୍ଷ ପାଞ୍ଚ ଏପ୍ରିଲରେ ଜାତୀୟ ସାମୁଦ୍ରିକ ଦିବସ ପାଳନ କରାଯାଏ। ଚଳିତ ବର୍ଷ କଳିଙ୍ଗ ନାବିକ କୁଟୁମ୍ବ ପକ୍ଷରୁ ଭୁବନେଶ୍ବର ଠାରେ ଜାତୀୟ ସାମୁଦ୍ରିକ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାୟକ ରଘୁନାଥ ଜଗଦଲା ନାବିକ ମାନଙ୍କର ତ୍ୟାଗ, ସେବା ଓ ଦାୟିତ୍ଵ ଉପରେ ଭୂରିଭୂରି ପ୍ରସଂଶା କରିବା ସହିତ ବିକଶିତ ଓଡିଶା ୨୦୩୬ ରେ କିପରି ଆମେ ମାନେ ସାମିଲ ହୋଇ ରାଜ୍ୟକୁ ଆଗକୁ ନେବା ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କଳିଙ୍ଗ ନାବିକ କୁଟୁମ୍ବ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ମଧ୍ଯ ବିଧାୟକ ଅବଗତ ହୋଇ ସରକାରଙ୍କୁ ଦୃଷ୍ଟିଗୋଚର କରିବେ ବୋଲି କଥା ଦେଇଥିଲେ।

ଅନ୍ଯପକ୍ଷରେ କଳିଙ୍ଗ ନାବିକ କୁଟୁମ୍ବ ସଂଘର ସଭାପତି ନବୀନ ଚନ୍ଦ୍ର ଶର୍ମା, ଉପସଭାପତି ଦିଲୀପ ଦତ୍ତ ପ୍ରମୁଖ ସଂଘର ଦୈନଦିନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ପ୍ରାୟ ୫୦୦ ନାବିକଙ୍କୁ ନେଇ ଗଠିତ ଏହି ଆସୋସିଏସନ ପ୍ରତିବର୍ଷ ଏହି ଦିନ ପାଳନ କରିଥାଏ, ପରିବେଶ ଦାୟିତ୍ବ ଓ ଅଗ୍ରଗତି ପାଇଁ ସାମୁଦ୍ରିକ କ୍ଷେତ୍ରର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇଥାଏ। ଆମର ସଂଗଠନ ସମୁଦ୍ରରେ ଜୀବନର ନିରାପତ୍ତାର ସର୍ବୋତ୍ତମ ଅଭ୍ୟାସକୁ ପାଳନ କରି ଜାହାଜ ଶିଳ୍ପର ଅଭିବୃଦ୍ଧିରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମେରାଇନ୍ ମାନଙ୍କୁ ସ୍ୱୀକୃତି ପ୍ରଦାନ କରେ।

ଏହି ଦିନ ଆମ ସାଥୀ ନାବିକ ତଥା ଜାହାଜ ଚଳାଚଳ ପ୍ରଫେସନାଲମାନଙ୍କ ଉତ୍ସର୍ଗକୁ ମନେ ପକାଇଥାଏ ଯେଉଁମାନେ ସମଗ୍ର ବିଶ୍ୱରେ ସାମଗ୍ରୀର ନିରବଚ୍ଛିନ୍ନ ଗତିକୁ ନିଶ୍ଚିତ କରନ୍ତି ବୋଲି ମଞ୍ଚାସୀନ ଅତିଥି ତଥା ସଂଘର କାର୍ଯ୍ୟକର୍ତ୍ତା ମନ୍ତବ୍ୟ ଦେଇଥିଲେ।

Leave A Reply

Your email address will not be published.