ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଜାଣନ୍ତୁ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କ’ଣ ରହିଛି ସହଜ ଉପାୟ..

ଓଏଲ୍ ବ୍ୟୁରୋ: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ କ୍ରମେ ୧୯୪୮ ମସିହାରୁ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ସାରା ବିଶ୍ୱରେ ୭ ଏପ୍ରିଲକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ (World Health Day 2025) ଭାବରେ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବିଶ୍ୱ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ଏବଂ ସ୍ୱାସ୍ଥ୍ୟ ଅଧିକାର ବିଷୟରେ ସଚେତନତା ବୃଦ୍ଧି କରିବା।
ସ୍ୱାସ୍ଥ୍ୟ ଦିବସର ଇତିହାସ..
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୭ ଏପ୍ରିଲ ୧୯୪୮ରେ ପ୍ରତିଷ୍ଠିତ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ସହିତ, ବିଶ୍ୱ ସ୍ୱାସ୍ଥ୍ୟ ଦିବସର ମୂଳଦୁଆ ମଧ୍ୟ ସ୍ଥାପିତ ହୋଇଥିଲା। ତଥାପି, ଏହା ପ୍ରଥମେ ୧୯୫୦ ମସିହାରେ ପାଳନ କରାଯାଇଥିଲା ଏବଂ ସେବେଠାରୁ ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ। ପ୍ରତିବର୍ଷ ଏଥିପାଇଁ ଭିନ୍ନ ଭିନ୍ନ ବିଷୟବସ୍ତୁ ସ୍ଥିର କରାଯାଏ।
ଚଳିତ ବର୍ଷର ଥିମ
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୫ର ବିଷୟବସ୍ତୁ ‘ସ୍ୱାସ୍ଥ୍ୟକର ଆରମ୍ଭ, ଆଶାଜନକ ଭବିଷ୍ୟତ’ ଭାବରେ ସ୍ଥିର କରାଯାଇଛି। ଏହି ବିଷୟବସ୍ତୁ ମା’ ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଉପରେ ଧ୍ୟାନ ଦିଏ। ମାତୃ ଏବଂ ନବଜାତ ମୃତ୍ୟୁହାର ହ୍ରାସ କରିବା ପାଇଁ ଗର୍ଭାବସ୍ଥା, ପ୍ରସବ ଏବଂ ପ୍ରସବ ପରେ ଯତ୍ନ ସମୟରେ ଉଚ୍ଚମାନର ସେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ଏହାର ଲକ୍ଷ୍ୟ। ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଯୋଗ ମଧ୍ୟ ଜରୁରୀ ବୋଲି ମଧ୍ୟ କୁହାଯାଉଛି।
ଏହି ଦିବସର ଉଦ୍ଦେଶ୍ୟ..
ସ୍ୱାସ୍ଥ୍ୟ ବିଷୟରେ ସଚେତନ କରିବା, ସ୍ୱାସ୍ଥ୍ୟ ସେବାର ଉପଲବ୍ଧତାରେ ଉନ୍ନତି ଆଣିବା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ପ୍ରତି ଧ୍ୟାନ ଆକର୍ଷଣ କରିବା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନର ଉଦ୍ଦେଶ୍ୟ। ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ମାଧ୍ୟମରେ, WHO ସରକାର, ସଂଗଠନ ଏବଂ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିବାକୁ ଏବଂ ଏହି ସମସ୍ୟାଗୁଡ଼ିକର ସମାଧାନ ଖୋଜିବାକୁ ପ୍ରେରଣା ଦିଏ।