Odisha Link
Bridging the Missing Links in Odisha

ମିଆଁମାର ଭୂକମ୍ପ: ୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ମିଆଁମାର ଘଟିଥିବା ଭୟାବହ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଧ୍ବଂସସ୍ତୁପ ତଳୁ ଚାଲିଛି ଜୀବନ ଖୋଜା। ଭୂକମ୍ପର ପ୍ରଭାବ ଏଭଳି ରହିଛି ଯେ, ଜନତା ଓ ସାମରିକ ସରକାର ଏକପ୍ରକାର କିଂ କର୍ତ୍ତବ୍ୟ ବିମୂଢ଼ ହୋଇପଡିଛନ୍ତି। ମିଆଁମାର ଘଟିଥିବା ଭୟାବହ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୩ ହଜାର ୪୭୧ରେ ପହଞ୍ଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪ହଜାର ୬୭୧ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୨୧୪ଜଣ ଏବେ ବି ନିଖୋଜ ରହିଛନ୍ତି।

୫,୨୦୦ ଘର, ୧୮୦୦ ସ୍କୁଲ, ୮,୯୦୦ ମନ୍ଦିର ମାଟିରେ ମିଶିଛି। ମିଆଁମାର ଭୂକମ୍ପରେ ୧୬୭ ହସ୍ପିଟାଲ, ୧୬୯ ବ୍ରିଜ, ୧୯୮ ଡ୍ୟାମ ନଷ୍ଟ ହୋଇଛି ବୋଲି ସୂଚନା ମିଳିଛି। ଧ୍ବଂସସ୍ତୂପ ତଳେ ସହସ୍ରାଧିକ ଲୋକ ପୋତି ହୋଇପଡିଥିବାରୁ ଆଗାମୀ ଦିନରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏବେ ମାଟିତଳୁ ଉଦ୍ଧାରକାରୀ ଦଳ ମୃତାହତଙ୍କୁ ଉଦ୍ଧାର କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି।

Leave A Reply

Your email address will not be published.