ଶ୍ରୀମନ୍ଦିରରେ ଅଘଟଣ: ସେବାୟତ ଆହତ

ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରରେ ଅଘଟଣ ଘଟିଛି। ଆନନ୍ଦ ବଜାରରେ ବୋଝିଆ ସେବାୟତ ଆହତ ହୋଇଥିବା ଜଣା ପଡିଛି। ଆହତ ସେବାୟତ ହେଲେ ବଲଭଦ୍ର ପ୍ରଧାନ। ସୂଚନା ଅନୁଯାୟୀ, ଚନ୍ଦନପୁର ଥାନା ଅଧୀନ ତଳଜଙ୍ଘ ନିବାସୀ ବଳଭଦ୍ର ପ୍ରଧାନ ଆଜି ବେତାରେ ମହାପ୍ରସାଦ ଆଣୁଥିଲେ। ଆନନ୍ଦ ବଜାର ନିକଟରେ ଗରମ ଡାଲି ଓ ଅନ୍ନ ଆଣି ଆସୁଥିବାରୁ ଦେହରେ ପଡ଼ିଯିବାରୁ ଆହତ ହୋଇଥିଲେ। ଆହତ ବଲଭଦ୍ରଙ୍କୁ ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।