Odisha Link
Bridging the Missing Links in Odisha

ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଠାବ, ତଦନ୍ତ ଜାରି

ଓଏଲ୍‌ ବ୍ୟୁରୋ: ଜଣେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବାଲେଶ୍ୱର ପୁଲିସ ବାରାକ ଭିତରେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତ ମହିଳା କନଷ୍ଟେବଳଙ୍କ ପରିଚୟ ମିଳିଛି ଏବଂ ତାଙ୍କ ନାମ ଯଶୋଦା ଦାସ ବୋଲି ଜଣାପଡ଼ିଛି। ପାରିପାର୍ଶିକ ସ୍ଥିତି ଦେଖି ମହିଳା କନଷ୍ଟେବଳ ଯଶୋଦା ଦାସ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଏହାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.