କଂଗ୍ରେସ କର୍ମୀଙ୍କ ବିଧାନସଭା ଘେରାଉ ଘଟଣା: ପିସିସି ସଭାପତିଙ୍କ ନାଁରେ ମାମଲା ରୁଜୁ

ଓଏଲ୍ ବ୍ୟୁରୋ: କଂଗ୍ରେସ କର୍ମୀଙ୍କ ବିଧାନସଭା ଘେରାଉ ମାମଲାରେ କଂଗ୍ରେସ କର୍ମୀଙ୍କ ଅଡୁଆ ବଢିଛି। ୫ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ଦାଏର ହୋଇଛି। ପିସିସି ସଭାପତି ଭକ୍ତ ଦାସଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି କଂଗ୍ରେସ ନେତା। ମହିଳା କଂଗ୍ରେସ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡାଙ୍କ ଆଗୁଆ ଜାମିନ ଆବେଦନ କରିଛନ୍ତି। କ୍ୟାପିଟଲ ଥାନାରେ ୧୨୮ ଓ ୧୩୦/୨୦୨୫ ରେ ଆଗୁଆ ଜାମିନ। ଆଜି ସନ୍ଧ୍ୟାରେ ଆଉ କିଛି ନେତା ଆଗୁଆ ଜାମିନ ଆବେଦନ କରିବେ ବୋଲି ସୂଚନା ରହିଛି।
ସୂଚନା ଅନୁସାରେ, ବିଧାନସଭା ଅଧିବେଶନର ଶେଷ ସପ୍ତାହରେ ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା କଂଗ୍ରେସ। ପୁଲିସ ଉପରକୁ ଚେୟାର ଫିଙ୍ଗିବା ସହ ଟେକାପଥର ଫିଙ୍ଗିଥିଲେ କଂଗ୍ରେସ କର୍ମୀ। ପାଣି ବୋତଲ ମଧ୍ୟ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ଫିଙ୍ଗା ଫୋପଡ଼ା କରିଥିଲେ। କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ପୁଲିସ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ ଟିୟର ଗ୍ୟାସ୍ ପ୍ରୟୋଗ କରିଥିଲା।