ଆଇଏଏସ୍ ମନୋଜ ପରିଡ଼ାଙ୍କୁ ଗୁରୁଦାୟିତ୍ୱ ଦେଲେ ସରକାର

ଓଏଲ୍ ବ୍ୟୁରୋ: ମୁଖ୍ୟ ସୂଚନା କମିଶନର ଭାବେ IAS ମନୋଜ କୁମାର ପରିଡ଼ାଙ୍କୁ ଚୟନ କରାଯାଇଛି। ଅବସରପ୍ରାପ୍ତ IPS ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ ଓ ଅବସରପ୍ରାପ୍ତ IAS ପବିତ୍ର ମଣ୍ଡଳଙ୍କୁ ସୂଚନା କମିଶନରର ସଦସ୍ୟ ଭାବେ ଚୟନ କରାଯାଇଛି।
ଓଡ଼ିଶା ବାସିନ୍ଦା ମନୋଜ କୁମାର ପରିଡ଼ା ୧୯୮୭ ବ୍ୟାଚ୍ ‘ଆଗ୍ମୁ’ କ୍ୟାଡରର ଆଇଏଏସ୍ ଅଧିକାରୀ। ପୂର୍ବରୁ ସେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଂଜରେ ଜିଲ୍ଲାପାଳ ତଥା ପୁଡ଼ୁଚେରୀ ସରକାରରେ ମୁଖ୍ୟ ସଚିବ ରୂପେ କାର୍ଯ୍ୟ କରି ସାରିଛନ୍ତି।