Odisha Link
Bridging the Missing Links in Odisha

ପବ୍ଲିକ ପ୍ରୋସିକ୍ୟୁସନ ବିଭାଗ: ୨୬୭ ନୂଆ ପଦବୀ ସୃଷ୍ଟି ନେଇ ଗୃହ ବିଭାଗର ବିଜ୍ଞପ୍ତି

ଓଏଲ୍‌ ବ୍ୟୁରୋ: ପବ୍ଲିକ ପ୍ରୋସିକ୍ୟୁସନ ବିଭାଗର କାର୍ଯ୍ୟକ୍ଷମତା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି। ଡାଇରେକ୍ଟୋରେଟ୍‌ ଅଫ୍‌ ପବ୍ଲିକ୍‌ ପ୍ରସିକ୍ୟୁସନ ପାଇଁ ୨୬୭ ନୂଆ ପଦବୀ ସୃଷ୍ଟି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। BNSS ଧାରା ୨୦ ଅନୁସାରେ ପଦବୀ ସୃଷ୍ଟି ନେଇ ଗୃହ ବିଭାଗ ସୂଚନା ଦେଇଛି। ଷ୍ଟେଟ୍‌ ଫୋରେନସିକ୍‌ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ସୃଷ୍ଟି ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ୨୬୭ଟି ପଦବୀ ମଧ୍ୟରେ ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର ପଦବୀ ଦ୍ୱାରା ରାଜ୍ୟର ବିଭିନ୍ନ ଜିଲାରେ ପବ୍ଲିକ ପ୍ରୋସିକ୍ୟୁସନ ବିଭାଗର କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ପଦବୀଗୁଡ଼ିକ ପୂରଣ ହେଲେ ମାମଲାର ଶୁଣାଣି ଓ ନ୍ୟାୟ ପ୍ରଦାନରେ ବିଳମ୍ବ ହ୍ରାସ ପାଇବ ଏବଂ ନାଗରିକମାନଙ୍କୁ ତୁରନ୍ତ ନ୍ୟାୟ ମିଳିବାରେ ସହାୟତା ମିଳିବ।

Leave A Reply

Your email address will not be published.