କମିଲା ରେପୋ ରେଟ୍, ଜାଣନ୍ତୁ କ’ଣ ମିଳିବ ଲାଭ..

ଓଏଲ୍ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ସୂଚନା ପ୍ରକାଶ ପାଇଛି। ଆରବିଆଇ ମନିଟାରୀ ପଲିସି ବୈଠକରେ ବଡ଼ ନିଷ୍ପତ୍ତି। ବଦଳିଲା ରେପୋ ରେଟ୍। ରେପୋ ରେଟ୍ ପରିବର୍ତନ ହେବାରୁ ଇଏମଆଇରେ ଆଶ୍ବସ୍ତି ମିଳିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୦.୨୫% କମାଇଛି। ରେପୋ ରେଟ୍ ୬%ରେ ପହଂଚିଛି। ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା।
ରେପୋ ରେଟ କମିଲେ କିମ୍ବା ବଢିଲେ କଣ ପ୍ରଭାବ ପଡିଥାଏ?
ବ୍ୟାଙ୍କ ଗୁଡିକ ଋଣ ନେବା ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ସରକାରୀବଣ୍ଡକୁ ବନ୍ଧକ ରଖିଥାନ୍ତି। ଯେଉଁ ସୁଧହାରରେ ଋଣ ମିଳିଥାଏ ତାକୁ ରେପୋ ରେଟ କୁହାଯାଏ। ଆପଣଙ୍କୁ ଫାଇଦା ସେତେବେଳେ ହେବ ଯେତେବେଳେ ରିଜର୍ଭ ବ୍ୟାଙ୍କରୁ ଆପଣଙ୍କ ବ୍ୟାଙ୍କକୁ କମ ସୁଧହାରରେ ଋଣ ମିଳିବ। ରେପୋ ରେଟ୍ ଯେତେ କମିବ ଦେଶର ସାଧାରଣ ଜନତାଙ୍କୁ ସେତିକି ଫାଇଦା ମିଳିବ। ରେପୋ ରେଟ୍ କମ ରହିବା ଅର୍ଥ ବ୍ୟାଙ୍କ ଗୁଡିକ ପାଖରେ ଅଧିକ ଟଙ୍କା କ୍ୟାସ ଆକାରରେ ଉପଲବ୍ଧ ରହିଛି।
ତେଣୁ ବ୍ୟାଙ୍କ ଯଦି ମାଲାମାଲ ହୁଏ ତେବେ ଲୋକଙ୍କ ଉପରେ ସେ କମ ଚାପ ପ୍ରୟୋଗ କରିବ। ଅର୍ଥାତ ବ୍ୟାଙ୍କ ଆପଣଙ୍କ ପାଖରୁ କମ ସୁଧ ଆଦାୟ କରିବ। ଋଣ ବି ଶସ୍ତା ହେବ। ଯଦି କମ ସୁଧରେ ଆପଣଙ୍କୁ ଋଣ ମିଳିଲା ତେବେ ଆପଣ ଋଣ ନେଇ କେବେ ଘର କରିବେ ତ ଆଉ କେତେବେଳେ ଗାଡି କିଣିବେ କିମ୍ବା ଅନ୍ୟ କୌଣସି କାମରେ ଏହାକୁ ବ୍ୟବହାର କରିବେ । ଟଙ୍କା ବଜାରରେ ବୁଲିବା ଦ୍ୱାରା ରୋଜଗାର ବୃଦ୍ଧି ହେବ।