ୱାକଫ୍ ବିଲ୍ ଭୋଟିଂ ବିଭାଜନ ପ୍ରସଙ୍ଗ: ନବୀନଙ୍କ ନେତୃତ୍ୱ ନେଇ ବିଜେଡି ନେତାଙ୍କ ଦୃଢ଼ୋକ୍ତି

ଓଏଲ୍ ବ୍ୟୁରୋ: ୱାକଫ୍ ବିଲକୁ ନେଇ ଥମୁନି ବିଜେଡି ବିବାଦ। ୱାକଫ୍ ବିଲ୍ ଭୋଟିଂ ବିଭାଜନ ପ୍ରସଙ୍ଗ ଭିତରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି, ଦଳରେ କୌଣସି ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ନାହିଁ। ଆମେ ସମସ୍ତେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କାମ କରୁଛୁ। ବିଭାଜନର କୌଣସି ପ୍ରଶ୍ନ ଉଠୁନାହିଁ। ସମସ୍ତ ସାଂସଦ, ବିଧାୟକ ଏବଂ କର୍ମୀ ଏକଜୁଟ। ଆମେ ସର୍ବଦା ଆମର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପାଳନ କରୁ। ଆମେ ସର୍ବଦା ଧର୍ମନିରପେକ୍ଷ ବୋଲି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।
ଅନ୍ୟପଟେ, ୱାକଫ୍ ବିଲ୍ ଭୋଟିଂ ବିଭାଜନ ପ୍ରସଙ୍ଗରେ ନବୀନଙ୍କୁ ୭ ବିଜେଡି ଯୁବ ନେତା ଚିଠି ଲେଖିଛନ୍ତି। ଭୋଟିଂ ବିଭାଜନ ସମସ୍ତଙ୍କୁ ହତବାକ୍ କରିଛି। ଏହା ବିଜୁ ପ୍ରେମୀଙ୍କୁ ଆଘାତ ଦେଇଛି। ଏହା ଉପରେ ସମୀକ୍ଷା ପୂର୍ବକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ ହୋଇଛି।