ଓଡ଼ିଆ ପକ୍ଷ ପାଳନର ଦଶମ ଦିନ: ଲୋକକଳା ପାଇଁ ଦିନଟିଏ

ଓଏଲ୍ ବ୍ୟୁରୋ: ଲୋକକଳା ଲୋକବାଦ୍ୟ ଭରା ରାଜ୍ୟ ଆମ ଓଡ଼ିଶା। ପାଲା, ଦଶାକାଠିଆ, ଦଣ୍ଡରେ ଗୁଞ୍ଜରିତ ହୋଇଉଠେ ପୁରପଲ୍ଲୀ। ଲୋକକଳାରେ ଲୋକଙ୍କୁ ହଜାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ଭଳିକି ଭଳି ବାଦ୍ୟ। ଆମ ରାଜ୍ୟର ଲୋକକଳା ଲୋକବାଦ୍ୟକୁ ଉଜ୍ଜୀବିତ କରିବା ପାଇଁ ରାଜ୍ୟ ସରକାର ଏକ ନୂଆ ପ୍ରୟାସ କରୁଛନ୍ତି।
ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରର ଦଶମ ଦିନ ଅର୍ଥାତ ଏପ୍ରିଲ ୧୦ ତାରିଖକୁ ସାରା ରାଜ୍ୟରେ “ଲୋକକଳା ପାଇଁ ଦିନଟିଏ” ଆୟୋଜିତ ହେଉଛି। ଏହି ଅଭିଯାନରେ ସାମିଲ ହୋଇ ଆମ କଳା, ସଂସ୍କୃତିର ବାର୍ତ୍ତାବହ ଲୋକକଳାକୁ ବିଶ୍ୱ ବିଦିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।