‘ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ଆସେଟ୍ ଥିଲେ, ବୋଝ ନଥିଲେ’

ଓଏଲ୍ ବ୍ୟୁରୋ: ୱାକଫ୍ ବିଲକୁ ନେଇ ଥମୁନି ବିଜେଡି ବିବାଦ। ୱାକଫ୍ ବିଲ୍ ଭୋଟିଂ ବିଭାଜନ ପ୍ରସଙ୍ଗ ଭିତରେ ସସ୍ମିତ ପାତ୍ରଙ୍କ କ୍ରମରେ ଭିକେ ପାଣ୍ଡିଆନଙ୍କୁ ଦଳର ବିଭିନ୍ନ ନେତା ଟାର୍ଗେଟ କରିବା ପରେ ସେମାନଙ୍କୁ କଡା ଜବାବ୍ ଦେଇଛନ୍ତି ଖୋଦ୍ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଗତକାଲି ପାଣ୍ଡିଆନଙ୍କ ବିରୋଧରେ ପୂର୍ବତନ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ବିବାଦୀୟ ବୟାନ ଦେବା ପରେ ଏହାର ଠିକଣା ଜବାବ ଦେଇଥିଲେ ନବୀନ।
ପାଣ୍ଡିଆନ ରାଜ୍ୟ ପାଇଁ ଅନେକ ହିତକାରୀ କାମ କରିଛନ୍ତି। ତାଙ୍କୁ ଅଯଥା ବଦନାମ କରାନଯାଉ ବୋଲି କହିଛନ୍ତି।ଏହାସହ ପ୍ରଭାତ ତ୍ରିପାଠୀଙ୍କ ଉପରେ ବର୍ଷିଛନ୍ତି ନବୀନ। ନବୀନ ପଟ୍ଟନାୟକଙ୍କ ବୟାନ ଉପରେ ପ୍ରଭାତ ତ୍ରିପାଠୀ ଜବାବ ଦେଇଛନ୍ତି। ଏହା ପରେ ଅମର ଶତପଥୀ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ବିଜେଡି ଭିତରେ ନାହିଁ, ତାଙ୍କ ଦଳ ବାବଦରେ କହିବି ନାହିଁ। ମାତ୍ର ୱାକଫ୍ ଭୋଟିଂକୁ ନେଇ ସବୁ ରହସ୍ୟମୟ। ସଂସଦୀୟ ବ୍ୟବସ୍ଥାରେ ବିରୋଧ, ସମର୍ଥନ ରହିଛି।
ମାତ୍ର ବିବେକାନୁମୋଦିତ ମତ ଦେବା କଥା ମୁଁ ଜାଣିନି। ଯେହେତୁ ଏହା ଏବେ ଜାତୀୟ ପ୍ରସଙ୍ଗ, ସମସ୍ତେ ମତ ରଖିପାରିବେ। ଭ୍ରମିତ ପାଇଁ ଉଦ୍ୟମ ହେଉଛି, ପର୍ଦ୍ଦା ଉଠିବା ଉଚିତ। ପ୍ରସଙ୍ଗ ଏଡ଼ାଇବା ପାଇଁ ପ୍ରଭାତଙ୍କୁ ବଲି କା ବକରା କରାଯାଇଛି। ନବୀନ ବାବୁଙ୍କ ମୁହଁରେ ଏହା ଶୋଭା ପାଏ ନାହିଁ। ନିଲମ୍ବନ, ବହିଷ୍କାର ଭିନ୍ନ କଥା, ନବୀନ କିପରି ଏକ୍ସପେଲ୍ଡ କହିଲେ। ପ୍ରେସ ରିଲିଜରୁ ଜଣାପଡ଼ୁଛି ନିଲମ୍ବନ ଥିଲା ଓ ପ୍ରତ୍ୟାହୃତ ହୋଇଥିଲା। ମୁଁ ଯେତିକି ଜାଣିଛି ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ବୋଝ ନଥିଲେ। ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ଆସେଟ୍ ଥିଲେ, ପ୍ରମାଣିତ କରିଛନ୍ତି।