Odisha Link
Bridging the Missing Links in Odisha

ମୁଁ ଦଳରେ ନାହିଁ କହିବା ମହା ମିଛ: ପ୍ରଭାତ ତ୍ରିପାଠୀ

ଓଏଲ୍‌ ବ୍ୟୁରୋ: ୱାକଫ୍ ବିଲକୁ ନେଇ ଥମୁନି ବିଜେଡି ବିବାଦ। ୱାକଫ୍‌ ବିଲ୍‌ ଭୋଟିଂ ବିଭାଜନ ପ୍ରସଙ୍ଗ ଭିତରେ ସସ୍ମିତ ପାତ୍ରଙ୍କ କ୍ରମରେ ଭିକେ ପାଣ୍ଡଆନଙ୍କୁ ଦଳର ବିଭିନ୍ନ ନେତା ଟାର୍ଗେଟ କରିବା ପରେ ସେମାନଙ୍କୁ କଡା ଜବାବ୍ ଦେଇଛନ୍ତି ଖୋଦ୍ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଗତକାଲି ପାଣ୍ଡିଆନଙ୍କ ବିରୋଧରେ ପୂର୍ବତନ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ବିବାଦୀୟ ବୟାନ ଦେବା ପରେ ଏହାର ଠିକଣା ଜବାବ ଦେଇଥିଲେ ନବୀନ। ପାଣ୍ଡିଆନ ରାଜ୍ୟ ପାଇଁ ଅନେକ ହିତକାରୀ କାମ କରିଛନ୍ତି। ତାଙ୍କୁ ଅଯଥା ବଦନାମ କରାନଯାଉ ବୋଲି କହିଛନ୍ତି। ଏହାସହ ପ୍ରଭାତ ତ୍ରିପାଠୀଙ୍କ ଉପରେ ବର୍ଷିଛନ୍ତି ନବୀନ। ନବୀନ ପଟ୍ଟନାୟକଙ୍କ ବୟାନ ଉପରେ ପ୍ରଭାତ ତ୍ରିପାଠୀ ଜବାବ ଦେଇଛନ୍ତି।

ପ୍ରଭାତ ତ୍ରିପାଠୀ କହିଛନ୍ତି, ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି। ଚିଟ୍‌ଫଣ୍ଡ କେସ୍ ବିଚାରାଧୀନ ଅଛି। ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି। ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି। ୱାକ୍‌ଫ ପ୍ରସଙ୍ଗ ଘୋଡ଼ାଇବାକୁ ମୋତେ ଟାର୍ଗେଟ୍ କରାଯାଉଛି। ମୁଁ ଦଳରେ ନାହିଁ କହିବା ଏହା ମହା ମିଛ। ଗତକାଲିଠାରୁ ବିଜୁ ଜନତା ଦଳରେ ନାହିଁ ନବୀନ ପଟ୍ଟନାୟକ କହିବା ପରେ ମୁଁ ବିଜେଡିରେ ଅସୁରକ୍ଷିତ ମନେ କରୁଛି।

Leave A Reply

Your email address will not be published.