Odisha Link
Bridging the Missing Links in Odisha

ଲିଙ୍ଗିପୁର ମେଳଣ ପଡ଼ିଆରୁ ମିଳିଥିଲା ମହିଳାଙ୍କ ମୃତଦେହ: ଘଟଣାର ପର୍ଦ୍ଦାଫାସ କଲା ପୁଲିସ

ଓଏଲ୍‌ ବ୍ୟୁରୋ: ଧଉଳି ଲିଙ୍ଗିପୁର ମେଳଣ ପଡ଼ିଆରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି। ପ୍ରେମଜନିତ ଘଟଣାକୁ ନେଇ ହତ୍ୟାକାଣ୍ଡ ହୋଇଥିବା। ମହିଳାଙ୍କ ଗଳିତ ମୃତଦେହ ମିଳିବାକୁ ନେଇ ତଦନ୍ତ ହୋଇଥିଲା। ଜାନୁଆରୀ ୧୦ରେ ଖଣ୍ଡଗିରି ଥାନାରେ ଏକ ନିଖୋଜ ଏତଲା ହୋଇଥିଲା। ଜାନୁଆରୀ ୨୮ରେ ଏକ ମୃତଦେହ ମିଳିବାକୁ ନେଇ ତଦନ୍ତ କରାଯାଇଥିଲା। ମୃତ ମହିଳାଙ୍କ ମୋବାଇଲ୍‌ କଲ୍‌ ରେକର୍ଡରୁ ସବୁ ପ୍ରମାଣ ମିଳିଥିଲା। ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଧରିବାରେ ସଫଳ ହୋଇଥିବା ପୁଲିସ ସିପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.