Odisha Link
Bridging the Missing Links in Odisha

୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି, କାହାକୁ ମିଳିଲା ଦାୟିତ୍ବ; ଜାଣନ୍ତୁ…

ଓଏଲ୍‌ ବ୍ୟୁୁରୋ: ୨୦୨୪ ନିର୍ବାଚନରେ ହାରିବା ପରେ ଘର ସଜାଡ଼ିବା ଆରମ୍ଭ କରିଛି ବିଜୁ ଜନତା ଦଳ। ପ୍ରଥମ ଥର ପାଇଁ ଶାସନ ଗାଦିରେ ନଥିବା ବିଜେଡି ମଙ୍ଗଳବାର ସନ୍ଧ୍ୟାରେ ୧୮ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି।

ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟରେ ପହଁଞ୍ଚିଛି ବିଜେଡିର ନିର୍ବାଚନ ପ୍ରକ୍ରିୟା। ଏପ୍ରିଲ ୧୩ରୁ ୧୫ ତାରିଖ ଯାଏଁ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ଏହି ପ୍ରକ୍ରିୟାରେ ୧୮ ଜିଲ୍ଲାର ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ୧୮ଟି ଜିଲ୍ଲାରେ ମାତ୍ର ଜଣେ ଲେଖାଏଁ ନେତା ନିର୍ବାଚନ ନାମାଙ୍କନ ଭରିଥିଲେ ବୋଲି ବିଜୁ ଜନତା ଦଳ ପକ୍ଷରୁ ପ୍ରେସ୍‌ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି।

ସେହିପରି କାଲିଠୁ ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା’ପରେ ଏକଜେକ୍ୟୁଟିଭ କମିଟି ଗଠିତ ହେବ। ତା’ପରେ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଅପରପକ୍ଷେ ସଭାପତି ପଦ ପାଇଁ ନାମାଙ୍କନ କେବେ ଓ ନିର୍ବାଚନ କେବେ ହେବ ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ପ୍ରତାପ ଦେବ।

୧୮ ଜିଲ୍ଲାର ବିଜେଡି ସଭାପତି: 

ଅନୁଗୁଳ – ବ୍ରଜକିଶୋର ପ୍ରଧାନ
ବରଗଡ଼ – ସୁଶାନ୍ତ କୁମାର ମହାପାତ୍ର
ଭଦ୍ରକ – ଜଗନ୍ନାଥ ସ୍ୱାଇଁ
ବୌଦ୍ଧ – ପ୍ରଦୀପ ଅମାତ
ଦେବଗଡ଼ – ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଗଜପତି – ପ୍ରଦୀପ ନାୟକ
ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି
ଯାଜପୁର – ସରୋଜ କୁମାର ମହାପାତ୍ର
ଝାରସୁଗୁଡା – ହରିଶ ଗଣତ୍ରା
କନ୍ଧମାଳ – ପଦ୍ମନାଭ ବେହେରା
ମାଲକାନଗିରି – ମାନସ ମାଡକାମୀ
ମୟୂରଭଞ୍ଜ-୧ – ସୁଦାମ ମାର୍ଣ୍ଡି
ନବରଙ୍ଗପୁର – ମନୋହର ରନ୍ଧାରୀ
ନୟାଗଡ଼ – ରମେଶ ଚନ୍ଦ୍ର ବେହେରା
ନୂଆପଡ଼ା – ଅବନୀ ରଞ୍ଜନ ଯୋଶୀ
ପୁରୀ – ଉମାକାନ୍ତ ସାମନ୍ତରାୟ
ସୁବର୍ଣ୍ଣପୁର – ସରୋଜ କୁମାର କାମ୍ପା
ସୁନ୍ଦରଗଡ଼ – ଯୋଗେଶ ସିଂ

Leave A Reply

Your email address will not be published.