ମା’ କୋଳକୁ ଫେରିଲା ଅପହୃତ ଶିଶୁ ପୁତ୍ର, ବଡ଼ ସୂଚନା ଦେଲେ ପୁଲିସ ସିପି..

ଓଏଲ୍ ବ୍ୟୁରୋ: ବାଲେଶ୍ବରରୁ ମିଳିଲା ଅପହୃତ ଶିଶୁ ପୁତ୍ର। ଶନିବାର ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିଲା। ଭୁବନେଶ୍ବର ରାମମନ୍ଦିର ସାମ୍ନାରୁ ଶିଶୁପୁତ୍ର ଅପହୃତ ହୋଇଥିଲା। ଜଣେ ଦୃଷ୍ଟି ବାଧିତ ମାଆଙ୍କ କୋଳରୁ ଉଠାଇ ନେଇଥିଲା ଅପହର୍ତ୍ତା। ଘଟଣାର ସିସିଟିଭି ଚିତ୍ର ଆଜି ସାମ୍ନାକୁ ଆସିଥିଲା। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିଲା ପୁଲିସ।
ଶେଷରେ ଅପହରଣର ୩ ଦିନ ପରେ ବାଲେଶ୍ବରରୁ ଶିଶୁ ପୁତ୍ରକୁ ଉଦ୍ଧାର କରି ଅପହରଣକାରୀକୁ ଗିରଫ କରିଛି ପୁଲିସ। ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା। ଖନ୍ତାପଡ଼ାରୁ ଶିଶୁକୁ ଉଦ୍ଧାର କରିଛି କମିଶନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍।
ଖନ୍ତାପଡ଼ା ଥାନାରେ ମହିଳାଙ୍କୁ ପଚରାଉଚରା ବେଳେ ସାଂଘାତିକ ସତ ସାମ୍ନାକୁ ଆସିଛି। ଶୁପାରି ଦେଇ ଶିଶୁକୁ ଅପହରଣ କରାଇଥିବା କୁହାଯାଉଛି। ଏହା ପଛରେ ବଡ ଷଡଯନ୍ତ୍ର ଥିବା କୁହାଯାଉଛି। ଅପହରଣର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।