Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ୨୦୨୫ ଶିକ୍ଷାବର୍ଷର କ୍ୟାଲେଣ୍ଡର, ୬ ତାରିଖରୁ ଖରାଛୁଟି

ଓଏଲ୍‌ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୫-୨୬ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ ପାଇଛି। ୨୦୨୫ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି। ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ୨୦୨୫ ଶିକ୍ଷାବର୍ଷରେ ୨୩୧ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତା ମେ ୬ ତାରିଖରୁ ଖରାଛୁଟି ରହିଛି। ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ବିଶେଷ ଭାବରେ ବିଦ୍ୟାଳୟରେ କାର୍ଯ୍ୟ ସମୟ ସକାଳ ସାଢ଼େ ୯ଟା ୩୦ରୁ ଅପରାହ୍ନ ସାଢ଼େ ୪ଟା ୩୦ ପର୍ଯ୍ୟନ୍ତ ପାଠପଢା ରଖାଯାଇଛି। ଶନିବାର ଦିନ ସକାଳ ସାଢ଼ ୬ଟାରୁ ଦିନ ୧୨ଟା ୩୦ ଯାଏଁ ପାଠପଢ଼ା ହେବ। ଏହା ସହ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ରହିବା ବାଧ୍ୟତାମୂଳକ କରାଯାଇଛି। ତେବେ ସ୍କୁଲରେ ୨୩୧ଟି କାର୍ଯ୍ୟ ଦିବସ ରହିଛି। ଏହା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୨୨/ ୧୪୪୧୭ ଦିଆଯାଇଛି।

ଏପ୍ରିଲ ମାସରେ ୨୨ଟି କାର୍ଯ୍ୟଦିବସ ରହିଥିବା ବେଳେ ମଇରେ ୪ଟି, ଜୁନରେ ୮ଟି, ଜୁଲାଇରେ ୨୬, ଅଗଷ୍ଟରେ ୨୨ ଲେଖାଏଁ କାର୍ଯ୍ୟ ଦିବସ ରହିଛି। ସେହିପରି ଭାବରେ ସେପ୍ଟେମ୍ବରରେ ୨୩, ଅକ୍ଟୋବରରେ ୨୦, ନଭେମ୍ବରରେ ୨୧, ଡିସେମ୍ବରରେ ୧୮, ଜାନୁଆରୀରେ ୨୩, ଫେବୃଆରୀରେ ୨୪ ଓ ମାର୍ଚ୍ଚରେ ୨୨ଟି ଲେଖାଏଁ କାର୍ଯ୍ୟ ଦିବସ ରହିଛି। ମୋଟ ଆକାରରେ ୮୨ଟି ଛୁଟି ରହିଥିବା ବେଳେ ୫୨ଟି ରବିବାର ରହିଛି।

Leave A Reply

Your email address will not be published.