Odisha Link
Bridging the Missing Links in Odisha

ରାଜ୍ୟରେ କାଳବୈଶାଖୀ ପ୍ରଭାବ: ୧୨ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର

ଓଏଲ୍‌ ବ୍ୟୁରୋ: ବଦଳିଲା ପାଗର ମିଜାଜ। ଗରମରୁ ମିଳିଛି ଆଶ୍ବସ୍ତି। ମଙ୍ଗଳବାର ଅପରାହ୍ନରେ ପ୍ରାୟ ୪୫ ମିନିଟରୁ ଅଧିକ ସମୟ ଧରି ଭୁବନେଶ୍ବର ଓ କଟକରେ ବର୍ଷା ଲାଗି ରହିଥିଲା। ଏହା ସହିତ ପବନର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଥିଲା। ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ୪ ଦିନ ପାଇଁ ବର୍ଷା ଓ ପବନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଥିଲା। ବର୍ତମାନ ୧୨ ଜିଲ୍ଲାକୁ ମଧ୍ୟ କାଳବୈଶାଖୀ ବର୍ଷା ସତର୍କତା ଜାରି ହୋଇଛି। ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ରୁ ୫୦ କିମି ପବନ ସମ୍ଭାବନା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।

Leave A Reply

Your email address will not be published.