୧୭ରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଲୋକାର୍ପିତ ହେବ ୧୬ଟି ପ୍ରକଳ୍ପ

ଓଏଲ୍ ବ୍ୟୁରୋ: ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ। ହରେକୃଷ୍ଣ ମହାତବ ଜୟନ୍ତୀ ଉତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ। ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହରେକୃଷ୍ଣ ମହାତବ ଜୟନ୍ତୀ ଉତ୍ସବରେ ସାମିଲ ହେବେ। ଗସ୍ତ କାଳରେ NHAI ପ୍ରକଳ୍ପର କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିବେ। ୫ ହଜାର କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଭୁବନେଶ୍ବରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ ନିତିନି ଗଡ଼କରୀ।