ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ, ପିଏମ୍ ବିଶ୍ୱକର୍ମା ଯୋଜନାର କଲେ ଶୁଭାରମ୍ଭ

ଓଏଲ୍ ବ୍ୟୁରୋ: ଦିନିକିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୟୂରଭଞ୍ଜ ଗସ୍ତରେ ଯାଇ ଶ୍ରୀରାମଚନ୍ଦ୍ର ବିଶ୍ବବିଦ୍ୟାଳୟର ଅସ୍ଥାୟୀ ହେଲିପେଡ୍ରେ ପହଞ୍ଚିଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ ସେଠାରେ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ବାରିପଦା ଗସ୍ତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି।