Odisha Link
Bridging the Missing Links in Odisha

ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ ହରେକୃଷ୍ଣ ମହତାବ: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁୁରୋ: ମହତାବଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଗଡ଼କରୀ ସମ୍ବୋଧନ କରି କହିଛନ୍ତି, ଓଡ଼ିଶା ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ମହତାବ। ଭିତ୍ତିଭୂମି ନିର୍ମାଣ, ଜଳସେଚନ ଓ ଶିକ୍ଷା ପାଇଁ କାମ କରିଥିଲେ। କେତେ ଦିନ ବଞ୍ଚିବ ବଡ଼ କଥା ନୁହେଁ, କଣ କରିଛ ତାହା ବଡ଼ କଥା। ତାହା ମହତାବଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା।

କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ ଡ. ହରେକୃଷ୍ଣ ମହତାବ। ସ୍ବାଧୀନତା ପୂର୍ବରୁ ଓ ପରେ ଓଡ଼ିଶାର ନେତୃତ୍ବ ନେଇଥିଲେ। ୧୯୩୬ରେ ଓଡ଼ିଶା ରାଜ୍ୟ ଗଠନରେ ଅଗ୍ରଣୀ ଭୂମିକା ନେଇଥିଲେ। ୨୬ଟି ଗଡ଼ଜାତ ଅଞ୍ଚଳକୁ ଓଡ଼ିଶାରେ ମିଶାଇଥିଲେ। ବାସ୍ତବରେ ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ଥିଲେ। ସ୍ବଳ୍ପ ସମ୍ବଳରେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିଥିଲେ। ଓଡ଼ିଶାର ରାଜଧାନୀ ପ୍ରତିଷ୍ଠା ମହତାବ କରିଥିଲେ। କେନ୍ଦ୍ରମନ୍ତ୍ରୀ ଭାବେ ଭୂମିକା ବେଶ୍‌ ପ୍ରଶଂସନୀୟ ଥିଲା।

Leave A Reply

Your email address will not be published.