ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ରାସନକାର୍ଡ: ସମସ୍ତ ଜିଲ୍ଲାପାଳଙ୍କୁ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ନୂଆ ରାସନ କାର୍ଡ ବଣ୍ଟନ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ହେବ ରାସନ କାର୍ଡ। ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ବିଡିଓ, ମ୍ୟୁନିସିପାଲ୍ କମିସନର ଇସ୍ୟୁ କରିବେ କାର୍ଡ। ବ୍ଲକ ଓ ୟୁଏଲବି ଅଧିକାରୀ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିବେ। ଯାଞ୍ଚପରେ ନୂଆ ସଦସ୍ୟ ସାମିଲ କରାଯାଇ ପାରିବ।
ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇକେଓ୍ୱାଇସି କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ସହ ଅଯୋଗ୍ୟଙ୍କୁ ବାଦ ଦିଆଯିବା ପ୍ରକ୍ରିୟା ଜାରି ରହିଛି। ତେବେ ଏହାରି ଭିତରେ ନୂଆ ରାସନ କାର୍ଡ ବଣ୍ଟନ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି। ନୂଆ ରାସନ କାର୍ଡ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୨୨ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।