ବାଦ ପଡ଼ିଲେ ୪ ଖେଳାଳି

ଓଏଲ୍ ବ୍ୟୁରୋ: ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କଲା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ପୂର୍ବରୁ ମହିଳା ଦଳର ବାର୍ଷିକ ଚୁକ୍ତିନାମା ଘୋଷଣା ସରିଥିବା ବେଳେ ଆଜି ପୁରୁଷ ଦଳର ବାର୍ଷିକ ଚୁକ୍ତିନାମା ତାଲିକା ଘୋଷଣା କରିଛି ବିସିସିଆଇ। ସବୁଠୁ ବଡ଼କଥା ହେଲା ଟିମ୍ ଇଣ୍ଡିଆର ୨ ଷ୍ଟାର ବ୍ୟାଟର ଶ୍ରେୟସ୍ ଆୟର ଓ ଇଶାନ କିଷନ ବାର୍ଷିକ ଚୁକ୍ତିନାମାରେ ସ୍ଥାନ ପାଇଛନ୍ତି। ୨୦୨୩-୨୪ ବର୍ଷରେ ଏହି ଦୁଇ ଖେଳାଳିଙ୍କୁ ବାର୍ଷିକ ଚୁକ୍ତିନାମାରେ ସ୍ଥାନ ଦେଇ ନଥିଲା ବିସିସିଆଇ। କାରଣ ଏହି ଦୁଇ ଖେଳାଳି ଘରୋଇ କ୍ରିକେଟ ନଖେଳିବା ହେତୁ ବାର୍ଷିକ ଚୁକ୍ତିନାମାରୁ ନାମ କାଟି ଦେଇଥିଲା ବିସିସିଆଇ।
ସବୁଠୁ ବଡ଼କଥା ହେଲା ୨୦୨୪-୨୫ ବର୍ଷ ପାଇଁ ୩୪ ଜଣ ଖେଳାଳିଙ୍କ ନାମ ବାର୍ଷିକ ଚୁକ୍ତିନାମାରେ ଘୋଷଣା କରିଛି ବିସିସିଆଇ। ୨୦୨୪ ଅକ୍ଟୋବର ୧ ରୁ ୨୦୨୫ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଖେଳ ଅବଧିକୁ ବିଚାରକୁ ନିଆଯାଇଛି। ଗତ ବର୍ଷ ବାଦ୍ ପଡ଼ିଥିବା ଶ୍ରେୟସ୍ ଆୟାର ଏବଂ ଇଶାନ କିଶନ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ, ରୋହିତ ଶର୍ମା ଏବଂ ବିରାଟ କୋହଲି ୨୦୨୪ରେ ଟି-୨୦ ଆନ୍ତର୍ଜାତୀୟ ଫର୍ମାଟରୁ ଅବସର ନେଇଥିଲେ ମଧ୍ୟ ସର୍ବୋଚ୍ଚ ଶ୍ରେଣୀ ଗ୍ରେଡ୍ A-ପ୍ଲସରେ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଯୁବ ଖେଳାଳି ଅଭିଷେକ ଶର୍ମା ଓ ହର୍ଷିତ ରାଣା ପ୍ରଥମ ଥର ପାଇଁ ବାର୍ଷିକ ଚୁକ୍ତିନାମାରେ ସ୍ଥାନ ପାଇଛନ୍ତି।
ସବୁଠୁ ବଡ଼କଥା ହେଲା ଗତବର୍ଷ ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମାରେ ଥିବା ୪ ଜଣ ଖେଳାଳି ଚଳିତ ଚୁକ୍ତିରେ ସ୍ଥାନ ପାଇନାହାନ୍ତି। ଓ୍ବିକେଟ କିପର ବ୍ୟାଟସମ୍ୟାନ କେଏସ୍ ଭରତ, ଜିତେଶ ଶର୍ମା ଓ ଦ୍ରୁତ ବୋଲର ଆଭେଶ ଖାନ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଚୁକ୍ତିନାମାରେ ସ୍ଥାନ ମିଳିନାହିଁ। ଗତବର୍ଷ ଏହି ୪ ଖେଳାଳି ଗ୍ରେଡ୍ Cରେ ସ୍ଥାନ ପାଇଥିଲେ।
ଗ୍ରେଡ୍ A+:
ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା।
ଗ୍ରେଡ୍ A:
ମହମ୍ମଦ ସିରାଜ, କେ.ଏଲ୍. ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ଋଷଭ ପନ୍ତ।
ଗ୍ରେଡ୍ B:
ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ବୀ ଜୟସୱାଲ, ଶ୍ରେୟସ୍ ଆୟାର।
ଗ୍ରେଡ୍ C:
ରିଙ୍କୁ ସିଂ, ତିଲକ ବର୍ମା, ଋତୁରାଜ ଗାୟକ୍ୱାଡ, ଶିବମ ଦୁବେ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ରଜତ ପଟିଦାର, ଧ୍ରୁବ ଜୁରେଲ, ସରଫରାଜ ଖାନ, ନୀତୀଶ କୁମାର ରେଡ୍ଡୀ, ଇଶାନ କିଶନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା।