‘ସରକାରଙ୍କୁ ଡରୁନାହାନ୍ତି ଅପରାଧୀ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ନାହିଁ’

ଓଏଲ୍ ବ୍ୟୁରୋ: ଜେସିବି ଲଗାଇ ଲୋକଙ୍କୁ ମାରି ଦିଆଯାଉଛି। ସରକାରଙ୍କୁ ଡରୁନାହାନ୍ତି ଅପରାଧୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ପେପର ଖୋଲିଲେ ଖାଲି ମର୍ଡର ମର୍ଡର। ଡବଲ ଇଂଜିନ ସରକାରଙ୍କ ଉପହାର କ’ଣ? ସରକାରଙ୍କୁ ହାତଯୋଡ଼ି ଅନୁରୋଧ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରନ୍ତୁ।
ଅନ୍ୟପଟେ, ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବର୍ଷିଥିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହଁ। ସରକାର ଏଥିରେ ବିଫଳ ହୋଇଛନ୍ତି। ରାଜଧାନୀ ସମେତ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିଛି। ବିଧାନସଭା ଭିତରେ ଆଉ ବାହାରେ ପୋଲିସ କର୍ତୁତ ଦେଖାଉଛନ୍ତି। ଭୁବନେଶ୍ୱର ଭରତପୁର ଓ କବିସୂର୍ଯ୍ୟନଗର ଘଟଣା ଏହା ପ୍ରମାଣିତ କରୁଛି।