Odisha Link
Bridging the Missing Links in Odisha

PCR ଦୁର୍ଘଟଣା: ୨ ପୁଲିସଙ୍କ ମୃତ୍ୟୁ, ସହିଦର ମାନ୍ୟତା ଦେବ କମିଶନରେଟ୍‌ ପୁଲିସ

ଓଏଲ୍‌ ବ୍ୟୁୁରୋ: ବେପରୁଆ ଗାଡ଼ି ଚାଳନ ଯୋଗୁଁ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା। ଆଜି ସକାଳୁ ପୁଣି ଘଟିଛି ଆଉ ଏକ ଦୁର୍ଘଟଣା। ଦୁର୍ଘଟଣାରେ ଆଖି ବୁଜିଛନ୍ତି ପୁଲିସ କର୍ମୀ। ବିଳମ୍ବିତ ରାତିରେ କଟକ ପାରାଦୀପ ରୋଡ୍‌ ଗତିରାଉତପାଟଣାରେ ପିସିଆର ଗାଡ଼ିକୁ ଧକ୍କା ଦେଇଛି ହାଇୱା। ପୁଲିସ ଭ୍ୟାନକୁ ଧକ୍କା ଦେବା ଫଳରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ଚାଲିଯାଇଛି ଜୀବନ ଏବଂ ଜଣେ ଗୁରୁତର ମେଡିକାଲରେ ହୋଇଛନ୍ତି ଭର୍ତ୍ତି। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଗୁରୁତରଙ୍କ ଚାଲିଛି ଚିକିତ୍ସା। ସିଆରଆର ଥାନା ପିସିଆର ପାଟ୍ରୋଲିଂ ବେଳେ ଘଟିଛି ଏହି ଦୁର୍ଘଟଣା। ଏହି ଘଟଣାରେ ହାଇୱା ଚାଳକକୁ ଅଟକ ରଖାଯାଇଛି। ମୃତ ୨ଜଣ ପୁଲିସଙ୍କୁ ଦିଆଯିବ ଗାର୍ଡ ଅଫ ଅନର।୨ଜଣଙ୍କୁ ସହିଦର ମାନ୍ୟତା ଦେବ କମିଶନରେଟ୍‌ ପୁଲିସ।

Leave A Reply

Your email address will not be published.