ବଦଳିଲା ଅଙ୍ଗନବାଡ଼ି ସୁପରଭାଇଜର ଯୋଗ୍ୟତା ମାନଦଣ୍ଡ, ସ୍ନାତକ ବାଧ୍ୟତାମୂଳକ

ଓଏଲ୍ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୬ଟି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି। ମନ୍ତ୍ରୀ ପରିଷଦ ସଦସ୍ୟ ଏବଂ ସବୁ ବିଭାଗୀୟ ସଚିବ ବୈଠକରେ ଉପସ୍ଥିତ ଥିଲେ। ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ।
ପୂର୍ବରୁ ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ଯୋଗ୍ୟତା ଥିଲା ମାଟ୍ରିକ୍। ଅବକାରୀ ବିଭାଗ ନିୟମ ୨୦୧୭ ମଧ୍ୟ ସଂଶୋଧନ କଲେ ସରକାର। ଅନୁସୂଚିତ ଜାତି ଓ ଜନଜାତି କ୍ୟାଡର ପୁନଃଗଠନ। ୨୪ ନୂଆ ପଦବୀ ସୃଷ୍ଟି କରାଯିବାକୁ କ୍ୟାବିନେଟ୍ରେ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅବକାରୀ କନେଷ୍ଟବଳ ଡିଭିଜନ ବଦଳାଯାଇ ଜିଲ୍ଲା କ୍ୟାଡର କରାଯାଇଛି। ୧୦୮ କୋଟିର ବୈତରଣୀ ବାମ ଓ ଡାହାଣ କେନାଲ ହେବ। ଭଦ୍ରକ, ବାଲେଶ୍ବର, କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବ। ଆଗାମୀ ୫ ବର୍ଷ ପାଇଁ ୧୦୮ ସେବା ପାଇଁ ୨୩୯୮ କୋଟି ମଞ୍ଜୁରୀ ପ୍ରଦାନ କରାଯାଇଛି।