ଜମ୍ମୁ-କଶ୍ମୀରରେ ଗୁଳିବିନିମୟ: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ

ଓଏଲ୍ ବ୍ୟୁରୋ: ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର।ଜମ୍ମୁ-କାଶ୍ମୀର ବାରମୁଲାରେ ସେନା-ଆତଙ୍କୀ ଗୁଳି ବିନିମୟ ଆରମ୍ଭ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ। ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡକଲେ ସୁରକ୍ଷାକର୍ମୀ। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଜବତ ହୋଇଛି। ସୀମାନ୍ତରେ ସୁରକ୍ଷାକର୍ମୀ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି କରିଛନ୍ତି।