ପହଲଗାମ୍ରେ ଆତଙ୍କୀ ଆକ୍ରମଣ: ତଦନ୍ତ କରିବ NIA

ଓଏଲ୍ ବ୍ୟୁରୋ: ସାରା ଭାରତକୁ ସ୍ତବ୍ଧ କରିଛି ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା। ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର।ପହଲଗାମ୍ ଆତଙ୍କୀ ହମ୍ଲାରେ ତଦନ୍ତ କରିବ NIA। ଆଜି ତଦନ୍ତ ପାଇଁ ପହଲଗାମ୍ ପହଞ୍ଚିବ NIA ଟିମ୍।
ଅନ୍ୟପଟେ, ସାଉଦି ଆରବ ଗସ୍ତ ଅଧାରୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି ମୋଦି। ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ ପିଏମ୍ ମୋଦି। ଆସନ୍ତାକାଲି ଫେରିବାର ଥିଲା। କିନ୍ତୁ ଆତଙ୍କବାଦୀ ଆକ୍ରମଣ ପରେ ଗସ୍ତ କାଣ୍ଟଛାଣ୍ଟ କରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ। ଆତଙ୍କୀ ହମ୍ଲା ନେଇ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦିଲ୍ଲୀ ପାଲମ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ବୈଠକ କରିଛନ୍ତି। ବୈଠକରେ ଏନ୍ଏସ୍ଏ ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ସାମିଲ ହୋଇଛନ୍ତି।