Odisha Link
Bridging the Missing Links in Odisha

ପହଲଗାମ୍ ହମ୍‌ଲା: ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା

ଓଏଲ୍‌ ବ୍ୟୁରୋ: ସାରା ଭାରତକୁ ସ୍ତବ୍ଧ କରିଛି ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା। ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର। ପହଲଗାମ୍‌ ଆତଙ୍କୀ ହମ୍‌ଲାରେ ତଦନ୍ତ କରିବ NIA। ଆଜି ତଦନ୍ତ ପାଇଁ ପହଲଗାମ୍‌ ପହଞ୍ଚିବ NIA ଟିମ୍। ଜମ୍ମୁକଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି। ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ଜମ୍ମୁକାଶ୍ମୀର ସରକାର।

ଅନ୍ୟପଟେ, ଆତଙ୍କୀ ହମ୍‌ଲାରେ ଚିହ୍ନଟ ହେଲା ଆକ୍ରମଣକାରୀ ଆତଙ୍କବାଦୀ। ପହଲଗାମ ଟୁରିଷ୍ଟ ସ୍ପଟ୍‌ରେ ୭ ଆତଙ୍କବାଦୀ ଥିଲେ। ୪ ଜଣ ସିଧାସଳଖ ଆକ୍ରମଣ କରିଥିଲେ। ୩ ଜଣ ଆକ୍ରମଣକୁ ଦୂରରୁ ତଦାରଖ କରୁଥିଲେ। ଆକ୍ରମଣକାରୀଙ୍କ ଭିତରେ ଥିଲା ଆଦିଲ ଗୁରେ, ପାକିସ୍ତାନରୁ ଆସିଥିଲା ଆଦିଲ ଗୁରେ। ଅନ୍ୟ ଜଣେ ଆତଙ୍କବାଦୀ ଆସିଫ ଶେଖ୍‌। ଗୁରେ ଓ ଶେଖ୍‌ ସହ ଅନ୍ୟ ୨ ଜଣ ଆକ୍ରମଣ କରିଥିଲେ।

Leave A Reply

Your email address will not be published.