ଜମ୍ମୁ କଶ୍ମୀରରେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା: ଆତଙ୍କୀ ଚିହ୍ନଟ ପାଇଁ ଜାରି ହେଲା ସ୍କେଚ୍

ଓଏଲ୍ ବ୍ୟୁରୋ: ସାରା ଭାରତକୁ ସ୍ତବ୍ଧ କରିଛି ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା। ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର। ୩ ଆତଙ୍କବାଦୀଙ୍କ ସ୍କେଚ୍ ଜାରି ହୋଇଛି।
ଅସିଫ୍ ଫୌଜି, ସୁଲେମାନ ଶା ଏବଂ ଅବୁତଲ୍ଲାର ସ୍କେଚ୍ ଜାରି। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ପାଲିଟି ଯାଇଛି। ଆତଙ୍କୀ ହମ୍ଲା ପରେ ସରକାର ଏବଂ ସୁରକ୍ଷା ଏଜେନ୍ସି ଆକ୍ସନ ମୋଡ଼ରେ ଅଛନ୍ତି। ତେବେ ସୁରକ୍ଷା ସଂସ୍ଥା ଆତଙ୍କବାଦୀଙ୍କ ୩ଟି ସ୍କେଚ୍ ଜାରି କରିଛି।
ଅନ୍ୟପଟେ, ଜମ୍ମୁକଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି। ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ଜମ୍ମୁକଶ୍ମୀର ସରକାର। ମୃତ ପର୍ଯ୍ୟଟକଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।