ପହଲଗାମ୍ ହମ୍ଲା ପରେ କଂଗ୍ରେସର ଜରୁରୀକାଳୀନ ବୈଠକ

ଓଏଲ୍ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ପହଲଗାମ୍ ହମ୍ଲା ପରେ ନୂଆଦିଲ୍ଲୀରେ ବସିଲା CWCର ଜରୁରୀକାଳୀନ ବୈଠକ। ବୈଠକରେ ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ସାମିଲ ହୋଇଛନ୍ତି। ଆମେରିକା ଗସ୍ତ ଅଧାରୁ ଫେରି ରାହୁଲ ଗାନ୍ଧୀ ସାମିଲ ହୋଇଛନ୍ତି।
ଅନ୍ୟପଟେ, ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର। ୩ ଆତଙ୍କବାଦୀଙ୍କ ସ୍କେଚ୍ ଜାରି ହୋଇଛି। ଅସିଫ୍ ଫୌଜି, ସୁଲେମାନ ଶା ଏବଂ ଅବୁତଲ୍ଲାର ସ୍କେଚ୍ ଜାରି। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ପାଲିଟି ଯାଇଛି। ଆତଙ୍କୀ ହମ୍ଲା ପରେ ସରକାର ଏବଂ ସୁରକ୍ଷା ଏଜେନ୍ସି ଆକ୍ସନ ମୋଡ଼ରେ ଅଛନ୍ତି। ତେବେ ସୁରକ୍ଷା ସଂସ୍ଥା ଆତଙ୍କବାଦୀଙ୍କ ୩ଟି ସ୍କେଚ୍ ଜାରି କରିଛି।