ଶେଷଯାତ୍ରାରେ ପ୍ରଶାନ୍ତ ଶତପଥୀ, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଶେଷଯାତ୍ରାରେ ବାହାରିଲା ପ୍ରଶାନ୍ତ ଶତପଥୀଙ୍କ ମରଶରୀର। ଗାଁ ଅଭିମୁଖେ ଚାଲିଛି ପ୍ରଶାନ୍ତ ଶତପଥୀଙ୍କ ମରଶରୀର। ସଙ୍କୀର୍ତ୍ତନରେ ଫାଟିପଡୁଛି ପୂରା ପରିବେଶ। ବାପାଙ୍କ କୋକେଇ ଆଗରେ ଖଇକଉଡି ବିଞ୍ଚିବିଞ୍ଚି ଗଲା କୁନି ପୁଅ। ପ୍ରଶାନ୍ତଙ୍କ ମରଶରୀର ଶେଷ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଲୋକ। ପୂରା ଅଞ୍ଚଳରେ ଏବେ ଶୋକର ଛାୟା। ଜନ୍ମମାଟି ବାଲେଶ୍ବର ଇସାଣୀରେ ଶେଷଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଛନ୍ତି। ଅନ୍ତିମ ଯାତ୍ରାରେ ସାମିଲ ହେଲେ ହଜାର ହଜାର ଲୋକ।
ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ପ୍ରଶାନ୍ତ ଶତପଥୀ। ସ୍ବାମୀଙ୍କ ଦେହାନ୍ତରେ ପତ୍ନୀ ପ୍ରିୟଦର୍ଶୀନି ନିଜର ସଂଜ୍ଞାନ ହରାଇବସିଥିବାବେଳେ ପରିବାର ଲୋକେ ଯେପରି ମୁକ ପାଲଟିଯାଇଛନ୍ତି । ତାଙ୍କ ମରଶରୀର ଘରକୁ ଆସିବା ପରେ ତାଙ୍କ ଶେଷ ଦର୍ଶନ ପାଇଁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ଭିଡ ଜମିଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶେଷ ଦର୍ଶନ କରିବା ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରାଇଥିଲେ । କେବଳ ଏତିକି ନୁହେଁ ମଶାଣୀ ପର୍ଯ୍ୟନ୍ତ ଯାଇଥିଲେ ମୋହନ ମାଝୀ ଓ ଅନ୍ୟ ନେତାବୃନ୍ଦ । ପ୍ରଶାନ୍ତଙ୍କ ଏଭଳି ଅକାଳ ବିୟୋଗରେ ସାରା ରାଜ୍ୟରେ ଭିନ୍ନ ମାହୋଲ ସୃଷ୍ଟି ହୋଇଛି ।