Odisha Link
Bridging the Missing Links in Odisha

ହିତାଧିକାରୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ସୁଭଦ୍ରା ଟଙ୍କା

ଓଏଲ୍‌ ବ୍ୟୁରୋ: ଆଜି ଆସିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରେ ୧.୭୦ ଲକ୍ଷ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ପର୍ଯ୍ୟାୟରେ ହିତାଧିକାରୀ ଏକା ବେଳକେ ପାଇବେ ଦୁଇଟି କିସ୍ତିର ୧୦ହଜାର ଟଙ୍କା। ଜାତୀୟ ପଞ୍ଚାୟତିରାଜ ଦିବସରେ ପୁରୀରେ ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦେବାକୁ ଯାଉଛନ୍ତି ରାଜ୍ୟ ସରକାର।।

ଅନ୍ୟପଟେ, ନୂଆ ରାସନ କାର୍ଡ ବଣ୍ଟନ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ହେବ ରାସନ କାର୍ଡ। ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ। ପଞ୍ଚାୟତିରାଜ ଦିବସ ଅବସରରେ ପୁରୀରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟାୟ କ୍ରମେ ୫ଲକ୍ଷ ୯୦ ହଜାରଙ୍କୁ ମିଳିବ କାର୍ଡ। ଏବେ ଯାଏ ୨୫ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି।

ବିଡିଓ, ମ୍ୟୁନିସିପାଲ୍ କମିସନର ଇସ୍ୟୁ କରିବେ କାର୍ଡ। ବ୍ଲକ ଓ ୟୁଏଲବି ଅଧିକାରୀ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିବେ। ଯାଞ୍ଚପରେ ନୂଆ ସଦସ୍ୟ ସାମିଲ କରାଯାଇ ପାରିବ। ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.