ପହଲଗାମ୍ ଆତଙ୍କୀ ହମ୍ଲା: ଦିଲ୍ଲୀ ବନ୍ଦ ଡାକରା

ଓଏଲ୍ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ବିଶ୍ଵବ୍ୟାପୀ ଘଟଣାକୁ ନିନ୍ଦା କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଦିଲ୍ଲୀରେ ବନ୍ଦ ପାଳନ ଡାକରା ଦିଆଯାଇଛି। ଦିଲ୍ଲୀ ଟ୍ରେଡର ଆସୋସିଏସନ ପକ୍ଷରୁ ବନ୍ଦ ପାଳନ ଡାକରା ଦିଆଯାଇଛି। ଚାନ୍ଦନୀ ଚୌକ, ଖାନ ମାର୍କେଟ, ସଦର ବଜାର ଉପରେ ଏହାର ପ୍ରଭାବ ପଡିଛି।
ଅନ୍ୟପଟେ, ଏଲଓସିରେ ବୃଦ୍ଧିପାଇଛି ଉତ୍ତେଜନା। ଭାରତ-ପାକିସ୍ତାନ ସୀମାରେ ରାତିସାରା ଚାଲିଛି ଗୁଳିବିନିମୟ। ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ସେନା। ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି। ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ।
ପହଲଗାମ୍ରେ ଆତଙ୍କୀଙ୍କ ବର୍ବରତା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀନଗରରେ ପହଞ୍ଚିଲେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ। ପହଲଗାମ୍ ସ୍ଥିତି ସମୀକ୍ଷା ସହ ସେନାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି।