ମୁଖ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ଆଇଏଏସ୍ ମନୋଜ ପରିଡ଼ା

ଓଏଲ୍ ବ୍ୟୁରୋ: ମନୋଜ କୁମାର ପରିଡ଼ା ହେଲେ ନୂଆ ରାଜ୍ୟ ମୁଖ୍ୟ ସୂଚନା କମିଶନର। ଆଜି ମୁଖ୍ୟ ସୂଚନା ଆୟୁକ୍ତ ଭାବେ ପୂର୍ବତନ IAS ଅଧିକାରୀ ମନୋଜ କୁମାର ପରିଡ଼ା ରାଜଭବନ ଠାରେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ମନୋଜ ପରିଡାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଏହା ସହିତ ପୂର୍ବତନ IPS ପ୍ରଣବନ୍ଧୁ ଆଚାର୍ଯ୍ୟ, ହାଇକୋର୍ଟ ଆଇନଜୀବୀ କଳ୍ପନା ପଟ୍ଟନାୟକ, ଅବସର ପ୍ରାପ୍ତ IAS ପବିତ୍ର ମଣ୍ଡଳ ସୂଚନା ଆୟୁକ୍ତ ଭାବେ ଶପଥ ନେଇଛନ୍ତି। ଏହି ଉତ୍ସବରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଦେବ ପ୍ରସାଦ ଦାସ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।