Odisha Link
Bridging the Missing Links in Odisha

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ପୂର୍ବ କଲ୍ ହିଷ୍ଟ୍ରି ଖୋଲିଲା କ୍ରାଇମ୍‌ବ୍ରାଞ୍ଚ

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ୍। ଗୋପାଳର ପୂର୍ବ କଲ୍ ହିଷ୍ଟ୍ରି ଖୋଲିଲା କ୍ରାଇମ୍‌ବ୍ରାଞ୍ଚ। ଗୋପାଳ ଦାସର ପରିବାରକୁ କ୍ରାଇମବ୍ରାଞ୍ଚ ବ୍ରହ୍ମପୁରରେ ପଚରାଉଚରା କରିଛି। ଗୋପାଳର ବଡ଼ଭାଇ ସହ ପୁତୁରାକୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ଗତକାଲି ଟାଉନ ଥାନାରେ ପଚରାଉଚରା କରିଥିବା ସୂଚନା ରହିଛି। ଗୋପାଳଙ୍କ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଦୁଇଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି ଏବଂ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଗୋପାଳଙ୍କ ଭାଇଙ୍କ ସତ୍ୟ ନାରାୟଣ ବୋଲି ଜଣାପଡିଥିବା ବେଳେ ସେ ଝାରସୁଗୁଡାରେ ହୋଟେଲ୍ କରିଥିଲେ। ଗୋପାଳଙ୍କ ଭାଇ ସତ୍ୟ ନାରାୟଣଙ୍କୁ ବ୍ରହ୍ମପୁର ଟାଉନ ଥାନାକୁ ଡାକି ପଚରାଉଚରା କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି। ତେବେ ସତ୍ୟନାରାୟଣ ଝାରସୁଗୁଡ଼ାରେ ହୋଟେଲ କରିଥିଲେ ।

କିନ୍ତୁ ହତ୍ୟାକାଣ୍ଡ ପୂର୍ବରୁ ସେ ହୋଟେଲ ବନ୍ଦ କରିବା ସହ ଝାରସୁଗୁଡ଼ା ଛାଡ଼ିଦେଇଥିଲେ। ତେଣୁ ସତ୍ୟନାରାୟଣ ଏହି ହତ୍ୟାକାଣ୍ଡ ବାବଦରେ ପୂର୍ବରୁ ଖବର ପାଇଥିଲେ ବୋଲି ସନ୍ଦେହ କରାଯାଉଛି। ସେନେଇ ତାଙ୍କୁ ଘନଘନ ଜେରା କରାଯାଇଛି। ସେହିପରି ଗୋପାଳଙ୍କ ପୁତୁରା ପ୍ରଦୀପ ଦାସ ଏବଂ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି।

କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ SP ବିଜୟ ମଲ୍ଲିକଙ୍କ ନେତୃତ୍ଵରେ ତଦନ୍ତ ଆରମ୍ଭ ହୋଇଛି। ବୈଦ୍ୟନାଥପୁର ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍। ଗୋପାଳର ପୂର୍ବ କଲ୍ ହିଷ୍ଟ୍ରି ଖୋଲିଲା କ୍ରାଇମ୍‌ବ୍ରାଞ୍ଚ। ବ୍ରହ୍ମପୁରର କିଛି ଜଣଙ୍କ ସହ ଗୋପାଳ କଥା ହୋଇଥିବା ଜଣାପଡ଼ିଥିଲା। ଗୋପାଳ ଗୁଳି କରିବା ପୂର୍ବରୁ ଯାହାଙ୍କ ସହ କଥା ହୋଇଛି ଜେରା କରାଯିବ।

Leave A Reply

Your email address will not be published.