Odisha Link
Bridging the Missing Links in Odisha

ଶ୍ରୀନଗରରେ ଭାରତୀୟ ସେନା ମୁଖ୍ୟ, ପହଲଗାମ୍‌ ସ୍ଥିତି ନେଇ ଆଲୋଚନା

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଏଲଓସିରେ ବୃଦ୍ଧିପାଇଛି ଉତ୍ତେଜନା। ଭାରତ-ପାକିସ୍ତାନ ସୀମାରେ ରାତିସାରା ଚାଲିଛି ଗୁଳିବିନିମୟ। ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ସେନା। ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି। ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ।

ଅନ୍ୟପଟେ, ପହଲଗାମ୍‌ରେ ଆତଙ୍କୀଙ୍କ ବର୍ବରତା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀନଗରରେ ପହଞ୍ଚିଲେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ। ପହଲଗାମ୍‌ ସ୍ଥିତି ସମୀକ୍ଷା ସହ ସେନାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.