Odisha Link
Bridging the Missing Links in Odisha

ଓଡ଼ିଶାରେ ଅଛନ୍ତି ୧୨ ଜଣ ପାକିସ୍ତାନୀ, ଭିସା ରଦ୍ଦ କରିବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ କୂଟନୈତିକ ପ୍ରହାର ଜାରି ରଖିଛି। ପାକିସ୍ତାନୀଙ୍କ ପାଇଁ ଭାରତ ଜାରି କରିଥିବା ସମସ୍ତ ବୈଧ ଭିସାକୁ ରଦ୍ଦ କରାଯାଇଛି ବୋଲି ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।

କେବଳ ମେଡିକାଲ ଭିସା ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଛି। ବର୍ତ୍ତମାନ ଭାରତରେ ଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଭିସା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡିବାକୁ ପଡ଼ିବ। ଅନ୍ୟପକ୍ଷରେ ଭାରତୀୟ ନାଗରିକମାନଙ୍କୁ ମଧ୍ୟ ପାକିସ୍ତାନ ଯାତ୍ରାରୁ ଦୂରେଇ ରହିବାକୁ କଡ଼ା ପରାମର୍ଶ ଦିଆଯାଇଛି ବୋଲି ସରକାର କହିଛନ୍ତି। ଯେଉଁ ଭାରତୀୟ ନାଗରିକମାନେ ବର୍ତ୍ତମାନ ପାକିସ୍ତାନରେ ଅଛନ୍ତି ସେମାନଙ୍କୁ ଯଥାଶୀଘ୍ର ଭାରତ ଫେରିବାକୁ କୁହାଯାଇଛି।

ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହିଛନ୍ତି। ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ଜଣ ପାକିସ୍ତାନୀ। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ସରକାର ପଦକ୍ଷେପ ନେଇଥିବାବେଳେ ଭାରତ ଛାଡ଼ ନୋଟିସ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଅମିତ ଶାହ କଥା ହୋଇଛନ୍ତି।

Leave A Reply

Your email address will not be published.