ଭାରତର ଡିଜିଟାଲ ଷ୍ଟ୍ରାଇକ: ବ୍ୟାନ ହେଲା ୧୬ ୟୁଟ୍ୟୁବ ଚ୍ୟାନେଲ

ଓଏଲ୍ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଏସବୁ ଭିତରେ ଭାରତ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଭାରତର ଡିଜିଟାଲ ଷ୍ଟ୍ରାଇକ ଆରମ୍ଭ ହୋଇଛି। ପାକିସ୍ତାନ ସୋସିଆଲ ମିଡ଼ିଆ ଭାରତରେ ବ୍ୟାନ କରାଯାଇଛି। ଆଇଟି ମନ୍ତ୍ରଣାଳୟ ଅନୁରୋଧ କ୍ରମେ X ଏହି ନିଷ୍ପତି ନେଇଛି। ଏହା ସହ ୧୬ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରାଯାଇଛି। ଗୃହ ମନ୍ତ୍ରାଳୟର ସୁପାରିଶ କ୍ରମେ ବ୍ୟାନ କରାଯାଇଛି। ବ୍ୟାନ କରାଯାଇଥିବା ୧୬ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲ ଭାରତ ବିରୋଧରେ ମିଥ୍ୟା ଖବର ଦେଖାଉଥିଲେ। ସମା ଟିଭି, ଡାଉନ, ଜିଓ ନ୍ୟୁଜ, ବୋଲ ନ୍ୟୁଜ ବ୍ୟାନ ପହଲଗାମ ଘଟଣା ପରେ ବିଭ୍ରାନ୍ତକର ଖବର ଦେଖାଉଥିଲେ। ଗୃହ ମନ୍ତ୍ରାଳୟର ସୁପାରିଶ କ୍ରମେ ବ୍ୟାନ କରାଯାଇଛି।