Odisha Link
Bridging the Missing Links in Odisha

ପହଲଗାମ ସମ୍ପର୍କିତ ଖବର ପ୍ରସାରଣ: ସତର୍କ କରାଇଲା ଭାରତ, BBC ମୁଖ୍ୟଙ୍କୁ ଚିଠି

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଏସବୁ ଭିତରେ ଭାରତ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଭାରତର ଡିଜିଟାଲ ଷ୍ଟ୍ରାଇକ ଆରମ୍ଭ ହୋଇଛି। ପାକିସ୍ତାନ ସୋସିଆଲ ମିଡ଼ିଆ ଭାରତରେ ବ୍ୟାନ କରାଯାଇଛି। ଆଇଟି ମନ୍ତ୍ରଣାଳୟ ଅନୁରୋଧ କ୍ରମେ X ଏହି ନିଷ୍ପତି ନେଇଛି। ଏହା ସହ ୧୬ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରାଯାଇଛି। ଗୃହ ମନ୍ତ୍ରାଳୟର ସୁପାରିଶ କ୍ରମେ ବ୍ୟାନ କରାଯାଇଛି। ବ୍ୟାନ କରାଯାଇଥିବା ୧୬ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲ ଭାରତ ବିରୋଧରେ ମିଥ୍ୟା ଖବର ଦେଖାଉଥିଲେ। ସମା ଟିଭି, ଡାଉନ, ଜିଓ ନ୍ୟୁଜ, ବୋଲ ନ୍ୟୁଜ ବ୍ୟାନ ପହଲଗାମ ଘଟଣା ପରେ ବିଭ୍ରାନ୍ତକର ଖବର ଦେଖାଉଥିଲେ। ଗୃହ ମନ୍ତ୍ରାଳୟର ସୁପାରିଶ କ୍ରମେ ବ୍ୟାନ କରାଯାଇଛି।

ଅନ୍ୟପଟେ, ପହଲଗାମ୍ ଆତଙ୍କୀ ଆକ୍ରମଣ ଖବର ପ୍ରସାରଣ ନେଇ ନୋଟିସ୍ କରାଯାଇଛି। ଆତଙ୍କୀଙ୍କୁ ଯୋଦ୍ଧା ବୋଲି ଦର୍ଶାଇଥିଲା ବିବିସି। କେନ୍ଦ୍ର ସରକାର କହିଛନ୍ତି କି, ବୈଦେଶିକ ମନ୍ତ୍ରଣାଳୟ ବିବିସି ରିପୋର୍ଟିଂ ଉପରେ ନଜର ରଖିଛି। ଭାରତର ବିବିସି ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ତେବେ ଏହା କି ଧରଣର ରିପୋର୍ଟଂ ବୋଲି କେନ୍ଦ୍ର ସରକାର ଜବାବ ମାଗିଛନ୍ତି।