Odisha Link
Bridging the Missing Links in Odisha

ନବୀନଙ୍କୁ ଭେଟିଲେ ପହଲଗାମରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ଭାଇ

ଓଏଲ୍‌ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ଭାଇ। ନବୀନ ନିବାସ ଯାଇ ସେଠାରେ ନବୀନ ପଟ୍ଟନାୟକଙ୍କୁ ଭେଟି ଏକାଦଶାହକୁ ଯିବାକୁ କରିଛନ୍ତି ନିମନ୍ତ୍ରଣ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ମୃତ ପ୍ରଶାନ୍ତ ଶତପଥୀଙ୍କ ଆସନ୍ତା ୩୦ ତାରିଖରେ ଏକାଦଶାହ।

ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ଆକ୍ରମଣରେ ପ୍ରଶାନ୍ତଙ୍କ ସମେତ ୨୮ ଜଣଙ୍କୁ ପାକିସ୍ତାନୀ ପ୍ରାୟୋଜିତ ଆତଙ୍କବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଛି। ଏହାରି ଭିତରେ ଆସନ୍ତା ୩୦ ତାରିଖରେ ପ୍ରଶାନ୍ତଙ୍କ ଏକାଦଶାହ ହେବ।

Leave A Reply

Your email address will not be published.